Tuesday , March 28 2023
Breaking News
Home / Uncategorized / ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ  ଅଗ୍ନିଶମ ବିଭାଗ ର ମକ୍ ଡ୍ରିଲ୍

ପାରାଦୀପ ବନ୍ଦର ପ୍ରଶାସନିକ ଭବନରେ  ଅଗ୍ନିଶମ ବିଭାଗ ର ମକ୍ ଡ୍ରିଲ୍

ପାରାଦ୍ୱୀପ ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପ୍ରଶାସନିକ ଭବନ ରେ ଶୁକ୍ରବାର ଦିନ ମଧ୍ୟାହ୍ନ ରେ ଅଗ୍ନିଶମ ବରିଷ୍ଠ ଅଧିକାରୀ ଓ ସିଆଇଏସଏଫ୍  ର ସମନ୍ୱୟରେ ଏକ ଫାୟାର ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ସିଆଇଏସଏଫ୍  ର କମାଣ୍ଡାଂଟ  ଏମ୍.ବିଶ୍ୱାଳ ଙ୍କ ତତ୍ୱାବଧାନ ରେ ସମସ୍ତ ଫାୟାର ଉପକରଣ ନିୟୋଜିତ କରାଯାଇ ଏହି କୌଶଳ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ  ଙ୍କ ସମେତ ବନ୍ଦର ଅଧିକାରୀ  ମାନେ ଉପସ୍ଥିତ ରହି ଅଭ୍ୟାସ କୁ ଦେଖିଥିଲେ ।  ଶେଷ ରେ  ଫାୟାର   କମାଣ୍ଡାଂଟ   ଧ୍ୟାନ୍ ସିଂ ଅଗ୍ନି ମୁକାବିଲା ତଥା ପିଡିତ ମାନଙ୍କୁ ଥଇଥାନ କରିବା ପାଇଁ ଫାୟାର ଟିମ୍ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦ୍ଧତି ବିଷୟ ରେ ସୂଚନା ଦେଇଥିଲେ । ନିଆଁ କୁ ଆୟତ କରିବା ପାଇଁ  ସେମାନଙ୍କ ଦକ୍ଷତା,ସମୟାନୁବର୍ତୀତା ଉଦ୍ୟମ ଏବଂ ସମନ୍ୱୟ ପାଇଁ ସେମାନଙ୍କ ଅଧିକାରୀମାନେ ସିଆଇଏସଏଫ୍  (ଫାୟାର) କୁ ପ୍ରଶଂସା କରିଥିଲେ  ଏବଂ ପରବର୍ତୀ ଉନ୍ନତି ପାଇଁ ଡ୍ରିଲ ସମୟରେ ଦେଖାଯାଉଥିବା କ୍ଷୁଦ୍ର ଘଟଣା କୁ ଦର୍ଶାଇଥିଲେ । ସିଆଇଏସଏଫ୍  ର କମାଣ୍ଡାଂଟ ଏମ୍.ବିଶ୍ୱାଳ  ସିଆଇଏସଏଫ୍  ସେମାନଙ୍କ ଭଲ ଉଦ୍ୟମ ପାଇଁ ଟିମ୍ କୁ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.