ପାରାଦୀପ,୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱ ତଥା ଦେଶ ରେ ମହାମାରୀ କରୋନା ଯେତେବେଳେ ତାର କାୟା ବିସ୍ତାର କରିଥିଲା ସେତେବେଳେ ନିଜ ଜୀବନ କୁ ତୁଛ କରି ଲୋକମାନଙ୍କ ପାଖ ରେ ସମ୍ବାଦପତ୍ର ପହଂଚାଇଥିଲେ ପାରାଦୀପ ର ଖବର କାଗଜ ବିକ୍ରେତା । କେରାନା ସଂପର୍କିତ ସଚେତନତା ର ବାର୍ତା ସେତେବେଳେ ସରକାର ସମସ୍ତ ଖବର କାଗଜ ର ସିରୋନାମା ହେଉଥିଲା । ଲୋକମାନଙ୍କ ନିକଟ ରେ ମହାମାରୀ କରୋନା ଭୁତାଣୁ ସଂପର୍କିତ ସଚେତନତା ର ବାର୍ତା ପହଂଚେଇବାକୁ ନିଜର ସବୁଦିନିଆ କର୍ତବ୍ୟ ଅନୁଭବ କରିଥିଲେ ପାରାଦୀପ ର ଖବର କାଗଜ ବିକ୍ରେତାମାନେ । ସେମାନଙ୍କ ଏହି ନିସ୍ୱାର୍ଥପର ସେବା ପାଇଁ ପାରାଦୀପ ର ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ପକ୍ଷ ରୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରାଯାଇଛି । ପାରାଦୀପ ଖବର କାଗଜ ବିତରକ ସଂଘ ର ସଭାପତି ନିମାଇଁ ଚରଣ ମହାପାତ୍ର, ସାଧାରଣ ସଂପାଦକ ବାଳକୃଷ୍ଣ ସୂତାର, ବରିଷ୍ଟ ସଦସ୍ୟ ପ୍ରଦୀପ କୁମାର ଜେନା ଙ୍କ ସମେତ ପାରାଦୀପ ଅଂଚଳ ର ସମସ୍ତ ଖବର କାଗଜ ବିତରକମାନଙ୍କୁ ଟ୍ରଷ୍ଟ ପକ୍ଷ ରୁ ପୁଷ୍ପଗୁଛ, ଉତରୀୟ,ମାନପତ୍ର ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର