Saturday , April 1 2023
Breaking News
Home / ବିଶେଷ / ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଉପକୂଳ ସଫେଇ ଅଭିଯାନ

ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଉପକୂଳ ସଫେଇ ଅଭିଯାନ

ପାରାଦୀପ,୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ୪୫ତମ ରେଜିଙ୍ଗ ଡେ ଅବସରରେ ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ପାରାଦ୍ୱୀପ ବେଳାଭୂମିରେ ସ୍ୱତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ଓଡିଶା(୭)ପକ୍ଷରୁ ୮୦ଜଣ କୋଷ୍ଟଗାର୍ଡ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇ ପାରାଦ୍ୱୀପ ସମୁଦ୍ର ବେଳାଭୂମି ସଫେଇ କରିଥିଲେ । ପର୍ଯ୍ୟଟକମାନେ ସମୁଦ୍ର ବେଳାଭୂମିକୁ ବୁଲିବା ପାଇଁ ଆସିଥାନ୍ତି, ଯିବାବେଳେ କିଛି କିଛି ଜରି ଓ ପ୍ଳାଷ୍ଟିକ୍ ବୋତଲ ଫିଙ୍ଗି ଦେଇଥାନ୍ତି । ସମୁଦ୍ର ଉପକୂଳ ସଫା ରହିଲେ ପରିବେଶ ପ୍ରଦୂଷିତ ହେବ ନାହିଁ । ଏହା ହିଁ ଏଭଳି କାର୍ଯ୍ୟକ୍ରମର ମୂଳ ଉଦ୍ଧେଶ୍ୟ । ପାରାଦ୍ୱୀପ ସମୁଦ୍ର ବେଳାଭୂମିରୁ ସଂଗୃହିତ କରାଯାଇଥିବା ଅଳିଆ ଗୁଡିକୁ ପାରାଦ୍ୱୀପ ମୁନିସିପାଲିଟିକୁ ହସ୍ତାନ୍ତରିତ କରାଯାଇଥିବା ତଟ୍ଟରକ୍ଷୀ ବାହିନୀ ଜିଲ୍ଲା ମୁଖ୍ୟାଳୟ (୭) ଓଡିଶା ପକ୍ଷରୁ ପ୍ରକାଶିତ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.