ନିରାକାରପୁର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଧାନ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମିଳିତ ବୈଠକ ଅନୁଷ୍ଠିତ କରାଯାଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକସ୍ତରୀୟ କ୍ରୀଡ଼ା ସଂଗଠନ ଗଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ମଧୁସୂଦନ ମଲ୍ଲିକ ସଭାପତିତ୍ୱ କରିଥିବାବେଳେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ, ବ୍ଲକ ଏବିଇଓ ଉପସ୍ଥିତ ରହି କ୍ରୀଡ଼ା ସଂଗଠନକୁ ସୁଦୃଢ ଓ ସୁପରିଚାଳନା ପାଇଁ ଏକ ସଂଗଠନ ଗଢାଯାଇଥିଲା । ଏହି ସଂଗଠନର ସଭାପତିଭାବେ ଟାଙ୍ଗୀ ବ୍ଲକ ବିଇଓ ମଧୁସୂଦନ ମଲ୍ଲିକ , ଉପସଭାପତିଭାବେ ଦେବଦ ମହାପାତ୍ର ମନୋନୀତ ହୋଇଥବାବେଳେ ସଂପାଦକ ଓ କୋଷାଧ୍ୟକ୍ଷଭାବେ ଦିଲ୍ଲୀପ କୁମାର ମୋଦି ମନୋନୀତ ହୋଇଛନ୍ତି । କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅଚ୍ୟୁତପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ କର, ପ୍ରଦୀପ୍ତ କୁମାର ଷଢଙ୍ଗୀ, ମାନସୀ କୁମାରୀ ପରିଡ଼ା,ସାବିତ୍ରୀ ସାହୁ, କ୍ରୀଡ଼ା ଶିକ୍ଷକ ରାମଚନ୍ଦ୍ର ଝପଟସିଂହ, ବସନ୍ତ କୁମାର ଦାସ,ଭାନୁମତୀ ଦେଇ,କଣ୍ଡୁରୀ ଚରଣ ବେହେରା ଓ ଶୀତାଂଶୁ ଶେଖର ମହାନ୍ତି ପ୍ରମୁଖ ରହିଛନ୍ତି । ଓଡ଼ିଶା ସମାଚାର