Sunday , April 2 2023
Breaking News
Home / ବିଶେଷ / ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ସୂଚନା

ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ସୂଚନା

ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ନାଁ ରବି ଦୁଲାଲ୍। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ଏହାଛଡ଼ା ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ବୋଲି ସୂଚନା ମିଳିଛି। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବାଡ଼େଇ ହୋଇଗଲା। ସେ ତଳେ ପଡ଼ିଗଲା। ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ। ଓଡ଼ିଶାସମାଚାର

Leave a Reply

Your email address will not be published.