Saturday , May 21 2022
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ନୂତନ ଭାବେ ଯୋଗଦେଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ସଭ୍ୟ ନଳିନୀ ବିହାରୀ ମହାନ୍ତି, ଚିତରଞ୍ଜନ ଦାସ ଓ ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ତାଙ୍କ ଗରାପୁରସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତକରି ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ସହିତ ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *