ଗରଦପୁର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଗରଦପୁର ତହସିଲ ନିକଟସ୍ଥ ପେଟୁଆ ପାଟରେ କାଳିମୁଣ୍ଡି ପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି । ୫ଶହ ଏକର ବାଦାମ ଫସଲ ସହିତ ଆଳୁ ଚାଷକୁ ମଧ୍ୟ ଚରିଗଲେଣି କାଳିମୁଣ୍ଡି ପୋକ । କାଳିମୁଣ୍ଡି ପୋକ ଦାଉରୁ ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ହତାଶ ହୋଇ ପଡ଼ିଲେଣି । ଉଲେଖନୀୟ ଏହିକି ଗରଦପୁର ବ୍ଲକ୍ ଅନ୍ତର୍ଗତ ପେଟୁଆ ପାଟରେ ପାଖଡ଼, ଗରଦପୁର ଓ ବରହମପୁର ଲୋକଙ୍କ ଚାଷ ଜମି ରହିଛି । ଏହି ବିସ୍ତିର୍ଣ୍ଣ ଜମିରେ ଚାଷୀମାନେ ପ୍ରତିିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୈଳବୀଜ ଚିନାବାଦମ ଚାଷ କରିଥିଲେ । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ବାଦାମ ବିହନ ଯୋଗାଇ ଦିଆଯାଇନଥିଲା । ଏହାସତ୍ୱେ ଚାଷୀମାନେ ଖୋଲା ବଜାରରୁ ବ୍ୟବସାୟୀଙ୍କ ପାଖରୁ କେଜି ପ୍ରତି ୮୦ ରୁ ୯୦ ଟଙ୍କା ପର୍ଯ୍ୟନ୍ତ ନେଇ ଚିନିବାଦାମ ବିହନ କ୍ରୟ କରିଥିଲେ । ଜମିକୁ ସନ୍ତୁଳିତ ଭାବରେ ଚାରିଗାର ଚାଷ କରି ଧାଡ଼ିକରି ବାଦାମ ବିହନ ଲଗାଇଥିଲେ । ଭଲ ଫସଲ ଅମଳ କରିବା ଲକ୍ଷରେ ସାର, ଅଣୁସାର ଓ ଖତ ମଧ୍ୟ ପ୍ରୟୋଗ କରାଯାଇଥିଲା । ଜମିରେ ଛତୁ ଭଳି ବାଦାମ ଗଛ ଗୁଡ଼ିକ ସୁନ୍ଦର ଭାବରେ ହୋଇଥିଲା । ଦେଢ଼ ମାସ ପୂର୍ବରୁ ଲାଗିଥିବା ବାଦାମ ଗଛ ମୁଳକୁ ଚାଷୀମାନେ ବେଉଷଣ କରି କୋଡ଼ା ଖୁସା କରିଥିଲେ । ପ୍ରତିଟି ବାଦାମ ଗଛରେ ଏବେ ଫୁଲ ଧରୁଥିଲା । ଦିନ କେଇଟାରେ ବାଦାମ କସି ଧରି ଫଳ ଫଳିଥାନ୍ତା । କିନ୍ତୁ ଏହାକୁ ବଇରୀ ସାଜିଛି କାଳିମୁଣ୍ଡି ପୋକ । ଗତ ସପ୍ତାହ ହେଲା କାଳିମୁଣ୍ଡି ପୋକ ସୃଷ୍ଟି ହୋଇ ହଜାର ହଜାର ସଂଖ୍ୟାରେ କାଳିମୁଣ୍ଡି ପୋକ ବାଦମ ଫସଲରେ ଲାଗିଛନ୍ତି । କୌତୁକିଆ ବାଦାମ ଗଛ ଗୁଡ଼ିକୁ କାଳିମୁଣ୍ଡି ପୋକ ଖାଇ ଗଲେଣି । କେବଳ ଖାଲି ଥୁଂଟା ବାଦାମ ଗଛ ଠିଆ ହୋଇଛି । ଏପରିକି କାଳିମୁଣ୍ଡି ପୋକ ଏଠାରେ ବିଲବାଡ଼ି ହିଡ଼ ଓ ରାସ୍ତାରେ ବୁଲୁଛନ୍ତି । ଚାଷୀମାନେ ଏହାର ପ୍ରତିକାର ପାଇଁ କୀଟନାଶକ ସିଂଚନ କରି କରି ଅସହାୟ ହୋଇପଡ଼ିଲେଣି । ନିକଟରେ ଗରଦପୁର କୃଷି ବିଭାଗ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ସମସ୍ୟାର ପ୍ରତିକାର ପାଇଁ ଉଦାସିନ ରହୁଥିବା ଚାଷୀମାନେ ଅଭିଯୋଗ କରଛନ୍ତି । ଏ ସମ୍ପର୍କରେ ପାଖଡ଼ ଗ୍ରାମର ବାଦମ ଚାଷୀ ସର୍ବଶ୍ରୀ ପ୍ରଫୁଲ ନାୟକ,ନୃସିଂହ ସାହୁ, ମାନସ କର , ସନାତନ କର , ଗାନୁ ଦାସ, ଗଗନ ଦାସ, ବସନ୍ତ ଦାସ, କୈବଲ୍ୟ କର , ଅକ୍ଷୟ କର , ରବି ମଳିକ ଓ ଗରଦପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା, କୈଳାସ ଚନ୍ଦ୍ର ପଣ୍ଡା,ରମେଶ ଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ପଣ୍ଡା,ଦାମୋଦର ପଣ୍ଡା , ଦୁଖି ଶ୍ୟାମ ପଣ୍ଡା ଙ୍କ ସମେତ ବରହମପୁର ଗ୍ରାମର ବାଦମ ଚାଷୀ ରମେଶ ସାହୁ, ଧୁନ ରଣା,ଅସି ପ୍ରଧାନ,ଦଇତାରୀ ପ୍ରଧାନ ପ୍ରମୁଖ ଜିପାଳ ଅମି୍ରିତ ଋତୁରାଜଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏହାର ଶୀଘ୍ର ପ୍ରତିକାର କରିବା ପାଇଁ ବୈଷୟିକ ପରାମର୍ଶ ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର