Wednesday , May 25 2022
Breaking News
Home / ସ୍ୱାସ୍ଥ୍ୟ / ୨ଟି ଘରୋଇ ନର୍ସିଂହୋମର ରୋଗୀଙ୍କୁ ଲୁଟିବାର ଅଭିନବ ଉପାୟ

୨ଟି ଘରୋଇ ନର୍ସିଂହୋମର ରୋଗୀଙ୍କୁ ଲୁଟିବାର ଅଭିନବ ଉପାୟ

କେନ୍ଦ୍ରାପଡା, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ୨ଟି ଘରୋଇ ନର୍ସିଂହୋମ ପକ୍ଷରୁ ରୋଗୀ ଏବଂ ତାଙ୍କର ସହଯୋଗୀଙ୍କୁ ଲୁଟିବାକୁ ଅଭିନବ ଉପାୟ ଆପଣାଇଥିବା ସୂଚନା ମିଳିଛି । ସହରର ମନକରପୁର ଓ ମେଡିକାଲ ଛକରେ ଥିବା ୨ଟି ଘରୋଇ ନର୍ସିଂହୋମ ପକ୍ଷରୁ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀମାନଙ୍କୁ   ଡାଏରୀ ବା ଶାଢୀ ଉପହାର ସ୍ୱରୂପ ଯୋଗାଇଦିଆଯିବା ସହ ସେହି ନର୍ସିଂହୋମରେ ଦାୟୀତ୍ୱରେଥିବା ଡାକ୍ତରଙ୍କ ଓଡିଆ ଏବଂ ଇଂରାଜୀରେ ଲେଖାଥିବା ୨ଟି ଭିଜିଟିଂ କାର୍ଡ ଧରାଇ ଦିଆଯାଇ ରୋଗୀମାନଙ୍କୁ ସେହି ନର୍ସିଂହୋମକୁ ଆକର୍ଷିତ କରି ଆଣିବାର ଏକ ଅଭିନବ ଉପାୟ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଏଭଳି ଭାବରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କିୟମାନଙ୍କୁ ସଂପୃକ୍ତ ଘରୋଇ ନର୍ସିଂହୋମକୁ ଆଣିବାର ବ୍ୟବସ୍ଥା କରାଯାଇଥିବା ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର , ୨୩/୦୫/୨୦୨୨( ଓଡ଼ିଶା ସମାଚାର )- ଓଡ଼ିଶା ରାଜ୍ୟ ପୁରୁଷ ବହମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ୧୧ତମ ଦ୍ୱିବାର୍ଷିକ ଅଧିବେଶନ …

Leave a Reply

Your email address will not be published. Required fields are marked *