Saturday , April 1 2023
Breaking News
Home / ବିଶେଷ / ସ୍ମୃତି ଚାରଣ ସଭା 

ସ୍ମୃତି ଚାରଣ ସଭା 

ତାରପୁର ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ଶ୍ରୀ ରାମ ମନ୍ଦିର ପରିବାରରେ ବୃନ୍ଦାବନ ଚନ୍ଦ୍ର ସରକାରୀ ଉଚ ବିଦ୍ୟାଳୟ ୧୯୮୨ ବ୍ୟାଚ ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ଏକତ୍ରୀ କରଣ ସବୁ ବର୍ଷ ଭଳି ଅନୁଷ୍ଠିତ ହୋଇ ଯାଇଛି । ଏହି ବ୍ୟାଚ ର ଛାତ୍ର ସ୍ୱର୍ଗତ ଲିଙ୍ଗରାଜ ମହାପାତ୍ରଙ୍କର ଗତମାସ ୧୦ ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ମୃତି ଉଦେଶ୍ୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମନ୍ଦିର ପରିସରରେ ଏକ ଆମ୍ର ବୃକ୍ଷ ରୋପଣ କରାଯାଇଥିଲା । ତାଙ୍କ ସ୍ମୃତିକୁ ମନେ ପକାଇବା ପାଇଁ ମନ୍ଦିରରେ ପ୍ରତିବର୍ଷ ଏହି ତିଥିରେ ତାଙ୍କ ନାମରେ ମନ୍ଦିର ନୀତି ହେବା ପାଇଁ ୧୦୦୧ ଟଙ୍କା ମନ୍ଦିର ପ୍ରଶାସନରେ ଜମା କରାଗଲା । ଏକ ସ୍ମୃତି ଚାରଣ ସଭାରେ ସୁନାମଧନ୍ୟ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ କ୍ଷେତ୍ରମୋହନ ବେହେରାଙ୍କ ଆବାହକତ୍ୱରେ ଉକ୍ତ ସଭାରେ ଡ଼ ତପନ କୁମାର ଜେନା ସଭାପତିତ୍ୱ କରିଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ଶ୍ରୀମତୀ ପ୍ରତିମା ମହାପାତ୍ର, ସଂଯୁକ୍ତା ଦଳେଇ, ନିର୍ମଳା ମହାନ୍ତି, କାବେରୀ ଭୋଳ, ପ୍ରମିଳା ସ୍ୱାଇଁ, ଅଧ୍ୟାପକ ବଳରାମ ପାଳ, ପ୍ରଧାନ ଶିକ୍ଷକ ସଂଜୟ ବରାଳ,ଅଜୟ କୁମାର ଖଟୁଆ,ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ରବି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.