କଟକ, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ଗୁରୁବାର ପବିତ୍ର ମକର ସଙ୍କ୍ରାନ୍ତୀ ଅବସରରେ ନୂଆବଜାର ଉପନଗର ପକ୍ଷରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିମନ୍ତେ ନିଧି ସଂଗ୍ରହ ମହାଅଭିଯାନ ବିଶିଷ୍ଟ ସମାଜସେବୀ ତଥା ଭରତିଆ ଗୃପ୍ ଅଫ୍ କମ୍ପାନୀର ଅଧ୍ୟକ୍ଷ ଡ଼ କିଶନଲାଲ cୟୋଜିତ କାର୍ଯ୍ୟକ୍ରମରେ ସନ୍ଥ ନିତ୍ୟ ଗୋପାଳ ଦାସ ଓ ଶ୍ରୀଯୁକ୍ତ ସୁନାରାମ ମାର୍ଡ଼ି ଅତିଥି ଭାବରେ ଯୋଗଦେଇ ପ୍ରଭୁ ରାମଲାଲାଙ୍କ କାର୍ଯ୍ୟପାଇଁ ଆଗେଇ ଆସିବାକୁ ଜନ ସମାଜକୁ ଆହ୍ୱାନ ଦେଇଥିଲେ । ପ୍ରଥମ ସଦସ୍ୟ ଭାବରେ ଡ଼ କିଶନଲାଲ ଜୀ ୫୧,୦୦୧ ଟଙ୍କା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିମନ୍ତେ ପ୍ରଦାନ କରି ସମସ୍ତଙ୍କ ନିମନ୍ତେ ପ୍ରେରଣା ଯୋଗାଇଥିଲେ । ରାମ ନାମ କୀର୍ତନ ସହିତ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କ ରଥ ନଗର ପରିକ୍ରମା କରିବା ସମୟରେ ଜନସାଧାରଣଙ୍କ ମନରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିର୍ମାଣ ପାଇଁ ପ୍ରବଳ ଉତ୍ସାହ ଦେଖାଦେଇଥିଲା । ଶୁକ୍ରବାର ଠାରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ ପ୍ରତି ପରିବାର ପର୍ଯ୍ୟନ୍ତ କରାଯିବ । ଓଡ଼ିଶା ସମାଚାର
Home / ବିଶେଷ / ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିମନ୍ତେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ନୂଆବଜାର ଉପନଗରରେ ଉଦଘାଟିତ