ଅବକାରୀ ବିଭାଗ ଶୋଇଛି ,ପୋଲିସ ଗୋଡ଼ାଇ ଧରୁଛି
କନ୍ଧମାଳ , ୧୫/୦୧/୨୦୨୧ (ଓଡ଼ିଶା ସମାଚାର /କିଶୋର ସାହୁ)- କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇଲାକାରେ ବିପୁଳ ପରିମାଣରେ ଚୋରା ମାଦକ ଦ୍ରବ୍ୟ କାରବାର ହେଉଥିବା ନେଇ ଜନ ସାଧାରଣ ଙ୍କ ତରଫରୁ ବିଭିନ୍ନ ସମୟରେ ଅବକାରୀ ଓ ପୋଲିସ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ବି ଅବକାରୀ ବିଭାଗ ଚିର ନିଦ୍ରା ରେ ୋାଇଥିବା ବେଳେ ପୋଲିସ ଚୋରା ମଦ ବେପାରୀଙ୍କ ଆଡା ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ପୋଚ, ମଦ ରାନ୍ଧିବା ସାମଗ୍ରୀ ଜବତ କରିବା ସହ ଚାରି ଜଣ ଚୋରା ମଦ ଦେପରୀ ଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗେଦୀଙ୍ଗିଆ ଗ୍ରାମ ନିକଟସ୍ଥ ମୁଗ୍ରଲବଡି ଜଙ୍ଗଲ ଭିତରେ ଚୋରାରେ ମହୁଲି ମଦ ରନ୍ଧାଯାଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ରପ୍ତାନି କରାଯାଉ ଥିବା ନେଇ ପୋଲିସ ଗୁପ୍ତ ସୂଚନାପାଇ ରାଇକିଆ ଥାନା ଅଧକାରୀ ରାଜେଶ୍ ଶ୍ରୀ ହରିଚନ୍ଦନ ଙ୍କ ନେତୃତ୍ଵ ରେ ଏକ ପୋଲିସ ଟିମ୍ ଉକ୍ତ ଜଙ୍ଗଲ ଉପରେ ଅଚାନକ ଭାବେ ଚଢ଼ାଉ କରି ଘଟଣା ସ୍ଥଳରୁ ୧୦୦୦ ଲିଟର ମଦପୋଚ ,୧୦୦ ଲିଟର ମଦ , ମଦ ପ୍ରସ୍ତୁତ ପାଇଁ ରଖାଯାଇ ଥିବା ବିପୁଳ ଯନ୍ତ୍ରପାତି , ଜବତ କରିବା ସହ ଉକ୍ତ କାରବାର ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉକ୍ତ ଗ୍ରାମର ୪ ଜଣ ବ୍ୟକ୍ତି ଙ୍କୁ ଗିରଫ କରି ଥାନା କେସ ନମ୍ୱର ୬,୭,୮,୯/୨୧ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଓଡ଼ିଶା ସମାଚାର