Monday , March 27 2023
Breaking News
Home / କ୍ରୀଡ଼ା / ଯୋଗମାୟା କ୍ରିକେଟ ଟୁର୍ଣ୍ଣାମେଂଟ : ଜୟଦୁର୍ଗା କ୍ଲବକୁ ହରାଇ ମହାବୀର କ୍ଲବ ବାଲିଗାଡ଼ିଆ ଚାମ୍ପିଆନ

ଯୋଗମାୟା କ୍ରିକେଟ ଟୁର୍ଣ୍ଣାମେଂଟ : ଜୟଦୁର୍ଗା କ୍ଲବକୁ ହରାଇ ମହାବୀର କ୍ଲବ ବାଲିଗାଡ଼ିଆ ଚାମ୍ପିଆନ

ନିରାକାରପୁର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କୃଷ୍ଣପୁର ସ୍ପୋଟର୍ସ ଆସୋସେଏସନ ତରଫରୁ ୨୧ତମ ଯୋଗମାୟା କ୍ରିକେଟ ଟୁର୍ଣ୍ଣାମେଂଟ ର ଫାଇନାଲ ମ୍ୟାଚରେ କେଶରପୁର ଜୟଦୁର୍ଗା କ୍ରିକେଟ କ୍ଲବକୁ ୩୭ ରନରେ ହରାଇ ମହାବୀର କ୍ରିକେଟ କ୍ଲବ , ବାଲିଗାଡ଼ିଆ ଚାମ୍ପିଆନ ହୋଇଛି । ପ୍ରଥମେ ମହାବୀର ଦଳ ବ୍ୟାଟିଂ କରି ୧୫ ଓଭରରେ ସମସ୍ତ ୱକେଟ ହରାଇ ୧୭୭ ରନ ସଂଗ୍ରହ କରିଥିବାବେଳେ ଜୟଦୁର୍ଗା କ୍ଲବ ସମସ୍ତ ୱିକେଟ ହରାଇ ମାତ୍ର ୧୪୦ ରନ କରିବାରେ ସକ୍ଷମ ହୋଇଥିଲା । ଫାଇନାଲ ମ୍ୟାଚରେ ଅତିଥିଭାବେ ଖୋର୍ଦ୍ଧା ବ୍ଲକ ବିଜୁ ଯୁବ ବାହିନୀ ସଭାପତି ଶୁଶାନ୍ତ କୁମାର ଗୁମାନସିଂହଙ୍କ ସମେତ ସ୍ପୋଟର୍ସ ଆସୋସେଏସନର ସଚ୍ଚିକାନ୍ତ ପାଇକରାୟ, ବିକାଶ ଚଇନି,ଅନୁଜ ରଣସିଂହ, ବିକାଶ ସୁନ୍ଦରାୟ,ଜୟପ୍ରକାଶ ବରିସଲ ଓ ସମୀର ଜେନା ପ୍ରମୁଖ ଉପସ୍ଥିତ ରହି ବିଜେତା ବାଲିଗାଡ଼ିଆ ଓ ରନର୍ସ ଅପ କେଶରପୁର ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମୁଦାୟ ୮ଟି ଦଳ ଟୁର୍ଣ୍ଣାମେଂଟରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.