ଭୁବନେଶ୍ୱର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)-ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଓ ଅଭିନବ ସମାଧାନ ପନ୍ଥା ପାଇଁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୦ (ଏନଇସିଏ)ରେ ଦୁଇଟି ପ୍ରଥମ ପୁରସ୍କାର ଲାଭ କରିଛି । ଭାରତ ସରକାରଙ୍କ ବୁ୍ୟରୋ ଅଫ ଏନର୍ଜି ଦକ୍ଷତା (ବିଇଇ) ଦ୍ୱାରା ପ୍ରତିଷ୍ଠିତ ଏନଇସିଏ ପୁରସ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓøଦ୍ୟୋଗିକ କ୍ଷେତ୍ରରେ ସର୍ବୋକ୍ରୃଷ୍ଟ ବ୍ୟବସାୟରେ ଅଂଶଗ୍ରହଣ ଏହାର ଉଦାହରଣ ।
୧୧ ଜାନୁଆରୀ ୨୦୨୧ରେ ଆୟୋଜିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ବେଦାନ୍ତ ଲିମିଟେଡର ଝାରସୁଗୁଡ଼ା (ଓଡ଼ିଶା) ସ୍ମେଲଟର-୧ ଆଲୁମିନିୟମ ( ବୃହତ) ସେକ୍ଟରରେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ବେଦାନ୍ତ ଲିମିଟେଡ ଲାଂଜିଗଡ଼ (ଓଡ଼ିଶା) ଆଲୁମିନିୟମ ( କ୍ଷୁଦ୍ର) ସେକ୍ଟରରେ ପ୍ରଥମ ପୁରସ୍କାର ଲାଭ କରିଛି । ଉଭୟ ଦୁଇଟିଯାକ ୟୁନିଟ ପ୍ଲାଂଟ ମଧ୍ୟରେ ଦକ୍ଷତା ଶକ୍ତି ବୃଦ୍ଧି ପାଇଁ ଗତ ତିନିବର୍ଷ ଧରି ପ୍ରାୟ ୮୦ଟି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହି ପୁରସ୍କାର ସଂପର୍କରେ ସୂଚନା ଦେଇ ଶ୍ରୀ ଅଜୟ କାପୁର, ସିଇଓ-ଆଲୁମିନିୟମ ଓ ଶକ୍ତି ଏବଂ ଏମଡି-କମରସିଆଲ, ବେଦାନ୍ତ ଲିମିଟେଡ କହିଥିଲେଯେ ‘ବେଦାନ୍ତରେ ଆମେ ନିୟମିତ ଭାବରେ ଆମର ଶକ୍ତି ଉପଯୋଗୀତାକୁ ବ୍ୟବହାର କରି ତାହାକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଥାଉ ଓ ନିର୍ଦ୍ଧିଷ୍ଟ ଶକ୍ତି ଉପଯୋଗୀତାର ଉନ୍ନତି ଆଣିବାକୁ ଉଦ୍ୟମ କରୁଛୁ । ଏଥିପାଇଁ ଆମେ ନିଜର ଶକ୍ତି ଦକ୍ଷତା ବୃଦ୍ଧି ସହିତ ଉନ୍ନତ ଜ୍ଞାନକୌଶଳ ମୂଲ୍ୟାଙ୍କନ ଓ ପ୍ରୟୋଗ କରିଛୁ ଯାହାର ଏହି କ୍ଷେତ୍ରରେ ଏକ ପଦକ୍ଷେପ ପରିବର୍ତନ ଉନ୍ନତି ପ୍ରଦାନ କରିବାର ସାମର୍ଥ ରହିଛି । ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ଲାଭ ଆମକୁ ବିଶ୍ୱରେ ସର୍ବୋତମ, କମ ମୂଲ୍ୟର, ସର୍ବାଧିକ ଶକ୍ତି ଉପଯୋଗକାରୀ ଓ ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ଭାବରେ ଆମର ପ୍ରତିଶ୍ରୁତିକୁ ସୂଚାଇ ଦେଉଛି ।’
ବେଦାନ୍ତ ଆଲୁମିନିୟମ ଓ ପାୱାର ବିଜିନେସ ୟୁନିଟ ଶକ୍ତି ଦକ୍ଷତା ଓ ସ୍ଥାୟିତ୍ୱ କ୍ଷେତ୍ରରେ ସବୁବେଳେ ଆଗୁଆ ହୋଇ ରହି ଆସିଛି । ଏଠାରେ କିଛି ପ୍ରମୁଖ ପଦକ୍ଷେପ ଓ ଗୁରୁପôୁର୍ଣ୍ଣ ବିଷୟଗୁଡ଼ିକ ହେଲା:
– ବେଦାନ୍ତ ଆଲୁମିିନିୟମ ସ୍ମେଲଟର ଝାରସୁଗୁଡ଼ା ଭାରତର ପ୍ରଥମ ଓ ବିଶ୍ୱର ତୃତୀୟ ସ୍ମେଲଟର ଅଟେ ଯିଏକି ଶକ୍ତି ଦକ୍ଷତା ବୃଦ୍ଧି, ସାମଗ୍ରୀର ଉପଯୋଗୀତାକୁ ହ୍ରାସ କରିବା ଓ ଦୂର ଉପଦେଷ୍ଟା ପ୍ରଣାଳୀ ମାଧ୍ୟମରେ ସାମଗ୍ରୀର ଅପଚୟକୁ ରୋକିବା ପାଇଁ ଡିଜିଟାଲ ଟୁଇନ ଟେକନୋଲୋଜିକୁ ବ୍ୟବହାର କରିଥାଏ ।
– ୨୦୧୩ ଠାରୁ ଶକ୍ତି ପରିଚାଳନା ପ୍ରଣାଳୀ ପାଇଁ ଆଇଏସଓ ୫୦୦୦୧ ପ୍ରମାଣନ ଲାଭ କରିଥିବା ଝାରସୁଗୁଡ଼ା ସ୍ମେଲଟର ଏସିଆର ପ୍ରଥମ ଆଲୁମିନିୟମ ସ୍ମେଲଟର ଅଟେ ।
– ବେଦାନ୍ତ ଲିମିଟେଡର ଅନ୍ୟତମ କମ୍ପାନୀ ଭାରତ ଆଲୁମିନିୟମ କଂପାନି ୨୦୨୦ରେ କମ ନିର୍ଦ୍ଧାରିତ ବିଜୁଳି ଉପଯୋଗ କରି ଭାରତରେ ବେଂଚମାର୍କ ସ୍ଥାପନ କରିଛି ।
– ବ୍ୟବସାୟ ପାଇଁ ଆର୍ଥିକ ବର୍ଷ ୨୦ ଓ ଆଥିକ ବର୍ଷ ୧୯ ମଧ୍ୟରେ ୮ ନିୟୁତ ଗିଗା ଜୁଲେସ ଦ୍ୱାରା ପରୋକ୍ଷ ଭାବରେ ବିଦୁ୍ୟତ ଖର୍ଚ୍ଚ ହ୍ରାସ ପାଇଛି ।
– ବେଦାନ୍ତର ପରିଚାଳନା କାର୍ଯ୍ୟରେ ଏସସିଏଡିଏ ଆଧାରିତ ଶକ୍ତି ଅନୁଧ୍ୟାନ ପ୍ରଣାଳୀ ରହିଛି ଯେଉଁଥିରେ ଏନର୍ଜି ମିଟରକୁ ଗୋଟିଏ ସର୍ଭର ସହ ସଂଯୋଗ କରାଯାଇ ସ୍ୱୟଂକ୍ରିୟ ଭାବେର ରିଡିଂ ନିଆଯାଇ ପାରୁଛି । ଲୋଡ ବିଚୁ୍ୟତିକୁ ସମୀକ୍ଷା କରିବା ପାଇଁ ପୋର୍ଟେବୁଲ ଫ୍ଲୋ ମିଟର ଓ ପାୱାରା ମିଟର ସ୍ଥାପନ କରାଯାଇଛି ।
– ଝାରସୁଗୁଡ଼ା ପୋଟାଲାଇନରେ ୧୦୦% ଗ୍ରାଫାଟାଇଜଡ୍ କ୍ୟାଥୋଡ ସଂସ୍ଥାପନ କରାଯିବା ଦ୍ୱାରା ବର୍ଷକୁ ୪୯୦୦୦ ଏମଡବଲୁ୍ୟଏଚରୁ ଅଧିକ ଶକ୍ତି ସଂରକ୍ଷଣ ହୋଇପାରୁଛି ।
– କାର୍ଯ୍ୟରେ ଉତ୍କର୍ଷତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡ଼ିକ ତାପଜ ଓ ବୈଦୁ୍ୟତିକ ଶକ୍ତିକୁ ଯଥାକ୍ରମେ ୨୦% ଓ ୨୪% ହ୍ରାସ କରିଛି । ସାମଗ୍ରୀକ ଭାବରେଗତ ପାଂଚ ବର୍ଷ ମଧ୍ୟରେ ଲାଂଜିଗଡ଼ ଆଲୁମିନା ବିଶୋଧନାଗାରରେ ୨୨% ଶକ୍ତି ସଂରକ୍ଷଣ ହୋଇପାରିଛି ।
– ସବୁ ବ୍ୟବସାୟିକ ୟୁନିଟ ଗୁଡ଼ିକ ବ୍ୟବସାୟ ଉତକର୍ଷତା ମଡେଲକୁ ଆପଣାଇଛନ୍ତି ଯଥା ସିକ୍ସ ସିଗମା କ୍ୱାଲିଟି ସର୍କଲ, କାଇଜେନ ଇତ୍ୟାଦିକୁ ନିଜର ଶକ୍ତି ସଂରକ୍ଷଣ ଅଭ୍ୟାସ ରୂପେ କାର୍ଯ୍ୟକାରୀ କରୁଛନ୍ତି ।
– ଶକ୍ତିର ମୂଳ ଉତ୍ସ ଭାବରେ ତାପଜ ଉପରେ ଶକ୍ତି ନିର୍ଭରଶୀଳତାକୁ ହ୍ରାସ କରିବା ଲାଗି ନବୀକରଣୀୟ ଉର୍ଜା ଯଥା ସୋଲାର ଏନର୍ଜି, ବାଇଓ ମାସ ଓ ବାଇଓଗ୍ୟାସ ପରି ଅକ୍ଷୟ ଶକ୍ତି ବ୍ୟବହାର କରିବାକୁ ପ୍ରୟାସ କରୁଛନ୍ତି । ଆଥିକ ବର୍ଷ ୨୦୨୦ରେ ୧୧୫ ନିୟୁତ ୟୁନିଟରୁ ଅଧିକ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବସାୟ ପାଇଁ କ୍ରୟ କରାଯାଇଛି ।
– ବେଦାନ୍ତର ପ୍ରତିଶ୍ରୁତି ଅନୁସାରେ ୨୦୧୨ ବେସଲାଇନରୁ ୨୦୨୦ ସୁଦ୍ଧା ଜିଏଚଜି ତୀବ୍ରତାକୁ ୧୬% କମ କରିବା ପ୍ରତିବଦ୍ଧତାରେ ୨୦୧୯-୨୦ ବର୍ଷ ଶେଷ ହେବା ପରେ ଆଲୁମିନିୟମ ବ୍ୟବସାୟ ଏହାର ଜିଏଚଜି ୨୦% କମ ହୋଇପାରିଛି ।
– ବେଦାନ୍ତର ‘କାର୍ବନ ଫରିୟୁମ’ରେ ରହିଛନ୍ତି ଆମର ବ୍ୟବସାୟିକ ପ୍ରତିନିଧି ଯେଉଁମାନେ କଂପାନିର କାର୍ବନ ପ୍ରଶମନ ପ୍ରଣାଳୀ ଅନୁସାରେ କାର୍ଯ୍ୟ କରୁଛନ୍ତି ।
ବେଦାନ୍ତ ଆଲୁମିନିୟମ ଓ ପାୱାର, ବେଦାନ୍ତ ଲିମିଟେଡର ଏକ ଅଂଶ ଭାବରେ ଭାରତରେ ବୃହତ୍ ଆଲୁମିନିୟମ ନିର୍ମାତା ଭାବରେ କାର୍ଯ୍ୟ କରୁଛି । ଏହା ଆର୍ଥିକ ବର୍ଷ ୨୦ ରେ ଆଲୁମିନିୟମର ଅଧା ବା ବର୍ଷକୁ ୧.୯ ମିଲିୟନ ଟନ ଉତ୍ପାଦନ କରିଥାଏ ଓ ଏହା ଦେଶର ବୃହତମ ଘରୋଇ ଶକ୍ତି ଉତ୍ପାଦନକାରୀ । ଏହା ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି ସାଙ୍ଗକୁ ଶିଳ୍ପ ଆଭିମୁଖ୍ୟତା ପ୍ରତତିପାଦନ କରିବାକୁ ପ୍ରୟାସ କରୁଛି ।ଏହାର ବିଶ୍ୱଶ୍ରେଣୀୟ ସ୍ମେଲଟର, ଆଲୁମିନା ରିଫାଇନାରୀ ଓ ପାୱାର ପ୍ଲାଂଟ ଭାରତର ସବୁ ସ୍ଥାନରେ ରହିଛି । କଂପାନି ଆସନ୍ତାକାଲିର ସବୁଜ ପାଇଁ ଆଲୁମିନିୟମର ଉପଯୋଗୀତାକୁ ଭବିଷ୍ୟତର ଧାତୁ ଭାବରେ ଉପସ୍ଥାପିତ କରିବା ଲକ୍ଷ୍ୟ ପୂରଣ କରିଛି । ଓଡ଼ିଶା ସମାଚାର