ଭୁବନେଶ୍ୱର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଜିଲ୍ଲାପାଳ କୋଭିଡ୍ ମହାମାରୀ ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ମାର୍ଗଦର୍ଶିକା ସଂପର୍କରେ ଉପସ୍ଥିତ ସଭ୍ୟ/ସଭ୍ୟା ମାନଙ୍କୁ ଅବଗତ କରାଇଥିଲେ । ଜାନୁୟାରୀ ୨୬ ତାରିଖ ସକାଳ ୮ଘ.୩୦.ମିନିଟ୍ ସମୟରେ ସ୍ଥାନୀୟ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ଠାରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବ । ପୋଲିସ ବ୍ୟାଣ୍ଡ ମାଧ୍ୟମରେ ଜାତୀୟ ସଂଗୀତ ଗାନ କରାଯିବ । କେବଳ ପୋଲିସ୍ ମାନେ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିବେ । ଛାତ୍ରଛାତ୍ରୀ /ଏନ୍.ସି.ସି କ୍ୟାଡେଟ୍ ମାନେ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରି ପାରିବେ ନାହିଁ । ସାଧାରଣ ଲୋକଙ୍କୁ ଏହି ଉତ୍ସବରେ ଯୋଗଦେବାକୁ ବାରଣ କରାଯାଇଛି । ଚଳିତ ବର୍ଷ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଅତିଥି,କୋଭିଡ୍ ଯୋଦ୍ଧା,ଆଗଧାଡିର କୋଭିଡ୍ କାର୍ଯ୍ୟକର୍ତାଙ୍କୁ ଉତ୍ସବରେ ଯୋଗଦେବାକୁ ଇ-ନିମନ୍ତ୍ରଣ ମାଧ୍ୟମରେ ଆମନ୍ତ୍ରଣ କରାଯିବ । ଜିଲ୍ଲ୍ାସ୍ତରୀୟ ଉତ୍ସବରେ ଅଂଶ ଗ୍ରହଣ କରୁଥିବା ଅତିଥିଙ୍କ ସମେତ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ । ଉତ୍ସବ ସ୍ଥଳକୁ ସାନିଟାଇଜ୍ କରାଯିବ । ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୪ଘ.୩୦.ମି ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସହରରେ ରାମଧୂନ୍ ପରିବେଷଣ କରାଯିବ । ସହରରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବ । ପୈାର ପରିଷଦ ପକ୍ଷରୁ ସହରକୁ ପରିଷ୍କାର ପରିଛନ୍ନ କରାଯିବ । ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ.ଏସ୍.ଏସ୍ ଓ ପି.ଏଚ୍.ଡି ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା,ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆଲୋକ ସଜ୍ଜା,ବିଭିନ୍ନ ବିଭାଗ ଓ ବ୍ୟାଙ୍କ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ତୋରଣ ନିର୍ମାଣ କରାଯିବ । ପ୍ୟାରେଡ୍ ପଡିଆରେ ପ୍ରାଥମିକ ଚିକିତ୍ସାବ୍ୟବସ୍ଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା କରାଯିବ । କୋଭିଡ୍ ଯୋଦ୍ଧା ଯଥା-ଡାକ୍ତର,ସ୍ୱାସ୍ଥ୍ୟକର୍ମି,ପରିମଳ କର୍ମଚାରୀ ଇତ୍ୟାଦିଙ୍କୁ ସମ୍ବର୍ଦ୍ଧିତ କରାଯିବ । ଜିଲ୍ଲାରେ ଥିବା ମହାମନିଷଙ୍କ ପ୍ରତିମୂର୍ତିର ରକ୍ଷଣାବେକ୍ଷଣ ନିମନ୍ତେ ଜିଲ୍ଲାପାଳ ସମସ୍ତ ବି.ଡି.ଓ ଏବଂ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନଲାଇନ୍ ମାଧ୍ୟମରେ ପ୍ରବନ୍ଧ ଓ କ୍ୱିଜ୍ ପ୍ରତିଯୋଗିତା କରାଇ ସେମାନଙ୍କୁ ପୁରସ୍କୃତ କରିବେ । ସମସ୍ତ ଶିକ୍ଷାନୁଷ୍ଠାନରେ ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ନୂଆ ଜାତୀୟ ପତାକା ଉତୋଳନ କରିବେ । କୈାଣସି ପୁରୁଣା ଜାତୀୟ ପତାକାକୁ ବ୍ୟବହାର କରିବେ ନାହିଁ । ପ୍ରତ୍ୟେକ ବ୍ଲକ ଓ ପୈାର ପରିଷଦରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଫଳକ ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଡଃ କାହ୍ନୁ ଚରଣ ଧୀର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି, ଉପ- ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଡି.ଏସ୍.ପି.ଡିଆଇବି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ସଭା ପରିଚାଳନା କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର