ନିରାକାରପୁର, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- ଓଡିଶା ଜୀବିକା ମିଶନ ଓ କାନାଡା ବ୍ୟାଙ୍କ ପ୍ରାୟୋଜିତ ଖୋର୍ଦ୍ଧାଜିଲ୍ଲା ଗ୍ରାମୀଣ ଆମ୍ମନିଯୁକ୍ତି ରୁଡସେଟ୍ ପ୍ରତିଷ୍ଠାନ ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ବ୍ଲକ ଗୋଳବାଇ ଗ୍ରାମରେ ଚାଲିଥିବା ଧନ୍ଧାମୂଳକ ପ୍ରଶିକ୍ଷଣ ଶିବିର ଉଜ୍ଜାପିତ ହୋଇଯାଇଛି । ଉଜ୍ଜାପନୀ ଉତ୍ସବରେ ଓଡିଶା ଜୀବିକା ମିଶନ ଖୋର୍ଦ୍ଧାବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରିୟଦର୍ଶୀ ଦାଶ୍ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ,ମୁଖ୍ୟବକ୍ତା ଭାବେ ଗୋଳବାଇ ଗ୍ରାମପଂଚାୟତର ସରପଂଚ ବିପିନି କୁମାର ସେଠୀ,ସମ୍ମାନିତ ଅତିଥି ଭାବେ ରୁଡସେଟ୍ ଅନୁଷ୍ଠାନର ବିରିଷ୍ଠ ପ୍ରଶିକ୍ଷକ ଦୀପକ କୁମାର ବ୍ରହ୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମରେ ଥିବା ମହିଳା ସ୍ୱୟଂସାହାୟକ ଗୋଷ୍ଠୀର ୩୫ଜଣ ସଭ୍ୟ ୧୦ଦିନ ଧରି ମହମବତୀ, ଫିନାଇଲି, ସାନିଟାଇଜର, ଲିକୁଇଡିସପ୍, ନିଳ, ଅଳତା ଆଦ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ସରିବା ପରେ ସମସ୍ତ ସଭ୍ୟା ମାନେ ନିଜକାମ ଧନ୍ଧା ସାରି ଦିନକୁ ଦୁଇଘଂଟା ପରିଶ୍ରମ କଲେ ଭଲ ରୋଜଗାର କରିବା ସହିତ ନିଜେ ଆମ୍ମନିର୍ଭଶିଳ ହୋଇପାରିବେ । ସରକାର ମହିଳା ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲି କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବା ସହିତ ବ୍ୟକ୍ତିଗତ ଋଣ ଯୋଗାଇଦେଉଛନ୍ତି ।ତେଣୁ ଇଛାଶକ୍ତି ଓ କାର୍ଯ୍ୟକରିବାର ଆଗ୍ରହ ଥିଲେ ଜଣେ ମହିଳା ଆମ୍ମନିର୍ଭରଶିଳ ହୋଇ ନିଜ ପରିବାର ପ୍ରତିପୋଷଣ କରିପାରିବ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ଦଳେଇ ମତଦେଇଥିଲେ । ମହିଳାଗୋଷ୍ଠୀଙ୍କ ଉତ୍ପାଦିତ ଦ୍ରବ୍ୟ ରଖିବାପାଇଁ ସରପଂଚ ଶ୍ରୀଯୁକ୍ତ ସେଠୀ ପଂଚାୟତର ବଜାର ଗୃହ ଯୋଗାଇଦେବାକୁ ପ୍ରତିଶୃତି ପ୍ରଦାନ କରିଥିଲେ ।ପ୍ରଶିକ୍ଷକ ଶ୍ରୀଯୁକ୍ତ ବ୍ରହ୍ମା କହିଥିଲେ ୩୫ଟି ମହିଳା ଗୋଷ୍ଠୀର ୩୫ଜଣ ସଭ୍ୟା ପ୍ରଶିକ୍ଷଣରେ ଯୋଗଦେଇଛନ୍ତି । ପ୍ରଶିକ୍ଷଣ ନେଇଥିବା ମହିଳା ମାନେ ପ୍ରଥମେ ନିଜଗୋଷ୍ଠୀର ମହିଳା ମାନଙ୍କୁ ଏକତ୍ରିତ କରି ଗୋଷ୍ଠୀରେ ସମସ୍ତ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ନିବେଦନ କରିଥିଲେ ।ପରେ ସମସ୍ତ ୩୫ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମହିଳାସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ସ୍ୱପ୍ନା ସାଗର ସାମନ୍ତରାୟ, ସଂପାଦିକା ମିନତୀ ଶ୍ରୀଚନ୍ଦନ ,କୋଷାଧ୍ୟକ୍ଷ କୁନି ବଡଜେନା, ଭିଆରି ପ୍ରଭାତି ପରିଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର