Saturday , April 1 2023
Breaking News
Home / କ୍ରୀଡ଼ା / କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରିକେଟ ଆସୋସେସନ କର୍ମକର୍ତା ନିର୍ବାଚନ

କେନ୍ଦ୍ରାପଡା ଜିଲ୍ଲା ଟେନିସବଲ କ୍ରିକେଟ ଆସୋସେସନ କର୍ମକର୍ତା ନିର୍ବାଚନ

କେନ୍ଦ୍ରାପଡା, ୧୫/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଟେନିସ ବଲ କ୍ରିକେଟ ଆସୋସେସନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଏହି ନିର୍ବାଚନରେ ସଭାପତିଭାବେ ଭଗବାନ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ଦେବାଶିଷ ପ୍ରସାଦ ସିଂହ, ଉପସଭାପତି ସତ୍ୟ ପ୍ରକାଶ ତ୍ରିପାଠୀ ଏବଂ ଜିମି ମିଶ୍ର, ସାଧାରଣ ସମ୍ପାଦକ ଜ୍ୟୋତିର୍ମୟ ଦାସ, ଯୁଗ୍ମ ସମ୍ପାଦକଭାବେ ଜ୍ୟୋତିରଞ୍ଜନ ଶତପଥୀ, ଉମାଶଙ୍କର ରାଉତ ଓ ସସ୍ମିତା ପଣ୍ଡା, କୋଷାଧ୍ୟକ୍ଷ ରଞ୍ଜନ କୁମାର ସାହୁ, ବୈଷୟିିକ ସଭ୍ୟ ଡଃ ହିଂମାଶୁ ଶେଖର ମହାନ୍ତି, ଛବିପ୍ରସାଦ ମହାକୁଳ,ନିରଞ୍ଜନ ପତ୍ରୀ,ଅଫିସ ସହାୟକ ବରଦା କାନ୍ତ ବରାଳ ଏବଂ ନିରଞ୍ଜନ ମହାରଣା ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଏବଂ କ୍ରିକେଟ ଆସୋସେସନ ସାଧାରଣ ସମ୍ପାଦକ ଶୁଭାଶିଷ ସେନାପତି, ଟେନିସ୍ କ୍ରିକେଟ ଆସୋସେସନ ସଭ୍ୟ ନିଗମାନନ୍ଦ ସାହୁ, ଆଶିଷ ଦାସ, ମନୋଜ କୁମାର ସାହୁ, ଦେବେନ୍ଦ୍ର କୁମାର ସାହୁ, ଶରତ କୁମାର ପୃଷ୍ଟି, ଅକ୍ଷୟ କୁମାର ସେନାପତି, ଦେବେନ୍ଦ୍ର ରାଉତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଗଗନ ବିହାରୀ ମହାନ୍ତି, ଜତିନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଟେନିସବଲ କ୍ରିକେଟ ପ୍ରଚାର ଏବଂ ପ୍ରସାର ନିମନ୍ତେ ସମସ୍ତେ ସହଯୋଗ କରିବା ସହ ଆଗାମୀ ଦିନରେ ଜିଲ୍ଲା ତରଫରୁ ସବୁ ବିଭାଗରେ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରୟାସ ଜାରି ରଖିବା ସହ ଆସନ୍ତା ରବିବାର ଦିନ ଗିରିଶ ପଡିଆଠାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ସିନିୟର ବାଳକ ଏବଂ ବାଳିକାମାନଙ୍କ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ଖେଳାଳି ଚୟନ କରାଯିବ ବୋଲି ସ୍ଥିର କରାଯାଇଅଛି । ଏଥିନିମନ୍ତେ ଯେଉଁ ଖେଳାଳି ମାନେ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଛନ୍ତି ତାହାଲେ ସେମାନେ ସକାଳ ୮ଟା ସୁଦ୍ଧା କେନ୍ଦ୍ରାପଡା ଗିରିଶ ପଡିଆଠାରେ ନିଜର ଆଧାର କାର୍ଡ,ଫଟୋ୨ଟି,ଜନ୍ମଗତ ପ୍ରମାଣପତ୍ର ସହ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published.