କିଶନ ନଗର,୧୫/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବିରୁଦ୍ଧରେ ବିଜେପି ମିଥ୍ୟା ଆରୋପ ଓ କୁଶପୁତ୍ତଳିକା ଦାହ କୁ ନିନ୍ଦା କରି କଟକ ଜିଲ୍ଲା କିଶନ ନଗର ବୁଦ୍ଧିଜିବୀ, ନାଗରିକ ମଂଚ, ବ୍ୟବସାୟ ସଂଘ ପକ୍ଷରୁ ଘୋର ନିନ୍ଦା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରାରେ କିଶନ ନଗର ଥାନା ନିକଟରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତି ଠାରୁ ଏକ ଶୋଭାଯାତ୍ରାରେ ବିଜେପି ବିରୋଧୀ ନାରା ଦେବା ସହ ବଜାରଦେଇ ବ୍ୟାଙ୍କ ଛକ ନିକଟରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତୃ ମଣ୍ଡଳୀ ଙ୍କ କୁସପୁତଳିକା ଦାହ କରିଥିଲେ। ବିରୋଧୀ ଦଳମାନଙ୍କର ଏଭଳି ରାଜନୈତିକ ଅଭିସନ୍ଧିକୁ ବିରୋଧ କରି ମନ୍ତ୍ରୀଙ୍କୁ ଅଯଥାରେ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ । ତେବେ ଯଦି ଅଗାମିଦିନରେ ଏହା ବନ୍ଦ ନକରାଯାଏ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଆନ୍ଦୋଳନ କାରୀମାନେ ପ୍ରକାଶ କରିଛନ୍ତି।ଓଡ଼ିଶା ସମାଚାର