Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / ୨୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ – ଜଣେ ମୃତ

୨୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ – ଜଣେ ମୃତ

ଭୁବନେଶ୍ୱର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୬କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ୨୨୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୨୭ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଂଚଳରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ସର୍ବାଧିକ ୨୮ଜଣ ବାଲେଶ୍ୱର ରୁ ୭, ବରଗଡ ୨୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୩, କଟକ ୮, ଦେଓଗଡ ୧, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୯, ଝାରସୁଗୁଡା ୨୩, କଳାହାଣ୍ଡି ୧, କେନ୍ଦୁଝର ୫, ଖୋର୍ଦ୍ଧା ୧୨, କୋରାପୁଟ ୧, ମୟୁରଭଞ୍ଜ ୬, ନୟାଗଡ ୮, ନୂଆପଡା ୮, ପୁରୀ ୧୫, ସମ୍ବଲପୁର ୨୧, ସୋନପୁର ୫, ସୁନ୍ଦରଗଡ ୨୪, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୋଟ କରୋନା ସଙ୍କ୍ରମିତ ସଂଖ୍ୟା ୩,୩୨,୭୬୩କୁ ବୃଦ୍ଧି ପାଇଛି। ୩,୨୮,୬୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୯୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ୧୮୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୭୨୯୨୦୬୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.