Sunday , March 26 2023
Breaking News
Home / କ୍ରୀଡ଼ା / ସେବକ ପାଣି ମେମୋରିଆଲ ଚାଲେଂଜ ଟ୍ରଫି – ୟଙ୍ଗ ଇଲେଭେନ୍ ନଇନ୍ଦିପୁର ଚମ୍ପିଆନ୍ 

ସେବକ ପାଣି ମେମୋରିଆଲ ଚାଲେଂଜ ଟ୍ରଫି – ୟଙ୍ଗ ଇଲେଭେନ୍ ନଇନ୍ଦିପୁର ଚମ୍ପିଆନ୍ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ମଦନ ମୋହନ କି୍ରକେଟ ଷ୍ଟାଡ଼ିଅମ ରେ ଆଜି ସେବକ ପାଣି ମେମୋରିଆଲ ଚାଲେଂଜ ଟ୍ରଫି ଅନୁଷ୍ଠିତ ହୋଇଥିଲା ।  ଏଥିରେ ୟଙ୍ଗ ଇଲେଭେନ୍ ନଇନ୍ଦିପୁର ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଛି । ପ୍ରଥମେ ଟସ ଜିତି ଉକୁସାହି ବିଏମସିସି ୯ ଉଇକେଟ ବିନିମୟରେ ୨୦ ଓଭର ଖେଳି ୯୯ ରନ୍ ସଂଗ୍ରହ କରିଥିଲା ।  ଏହାର ଜବାବରେ ୟଙ୍ଗ ଇଲେଭେନ୍ ନଇନ୍ଦିପୁର ୧୨ ଓଭର ଖେଳି ୫ ଉଇକେଟ ବିନିମୟରେ ୧୦୦ ରନ୍ ସଂଗ୍ରହ କରି  ବିଜୟୀ ଘୋଷିତ ହୋଇଥିଲା ।  ଏହି ଉପଲକ୍ଷେ ପୁରସ୍କାର ବିତରଣୀ ଉତ୍ସବରେ ଗରଦପୁର ୟୁକୋ ବ୍ୟାଙ୍କ ମ୍ୟାନେଜର ଆଶୁତୋଷ ବେଉରିଆ ଓ ସମ୍ମାନୀତ ଅତିଥି ଭାବେ ସେଖର ରଂଜନ ଜେନା ଯୋଗଦେଇ ବିଜୟୀ ୟଙ୍ଗ ଇଲେଭେନ୍ ନଇନ୍ଦିପୁର କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ ।  ଓ ଉକୁସାହି ବିଏମସିସି କୁ ରନର୍ସ କପ ପ୍ରଦାନ କରାଯାଇଥିଲା ।  ସେବକ ପାଣି ସ୍ମୃତି ପରିଷଦ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଂଚଳର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୦ ଜଣ କୃତୀ ପ୍ରତିଭା ମାନଙ୍କୁ ମଧ୍ୟ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶୁଭମ କୁମାର ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.