କେନ୍ଦ୍ରାପଡା, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)-ରାଜ୍ୟସଭା ସାଂସଦ ମୁନା ଖାଁଙ୍କୁ ଜନ୍ମଦିନ ଅବସରରେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇ ଶୁଭେଛା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ଉପସଭାପତି ସେକ ମୁସ୍ତଫା, ସମ୍ପାଦକ ସେକ ଅବଦୁଲ୍ଲା ଓ ସମ୍ପାଦକ ମହମ୍ମଦ ଫାରୁକ ପ୍ରମୁଖ ଭୂବନେଶ୍ୱରସ୍ଥିତ ମୁନା ଖାଁଙ୍କ ବାସଭବନରେ ପହଁଚି ତାଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରି ଜନ୍ମଦିନର ଶୁଭେଛା ଜଣାଇବା ସହିତ ସାଂସଦ ମୁଜିବୁଲ୍ଲା ଖାଁ ଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏଥିସହିତ ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାର ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସମ୍ପର୍କୀତ ବିଭିନ୍ନ ଆଲୋଚନା ମଧ୍ୟ କରିଛନ୍ତି । ଓଡ଼ିଶା ସମାଚାର