Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ପହଂଚିଲା 

ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକା ପହଂଚିଲା 

ରଘୁନାଥପୁର ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍  ଟିକା ପହଂଚିଛି । କରୋନା ମୁକାବିଲା ପାଇଁ  କୋଭିସିଲ୍ଡ୍ ଟିକା ଆଜି ସନ୍ଧ୍ୟାରେ ଆସି ପହଂଚିଛି । ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଂଟ  ଡଃ ସୁକାନ୍ତ କୁମାର ଦଳାଇଙ୍କ ନିଦ୍ଧେଶରେ ମେଡିକାଲ ଏଲଏଚଭି ମିନତୀ ପୃଷ୍ଟି  ଏହି ୨୩୦ଟି କୋଭିସିଲ୍ଡ୍ ଟିକାକୁ  ଗ୍ରହଣ କରି ମେଡିକାଲ ଷ୍ଟୋରରେ ରଖିଛନ୍ତି । ଏହି ଟିକା ଜଗତସିଂହପୁର ଜିଲ୍ଲା ଭ୍ୟାକସିନ୍ ଲକ୍ଜୁଷ୍ଟିଙ୍ଗ ମ୍ୟାନେଜର ପାର୍ଥ ସାରଥି କରଶର୍ମା ଏହି କୋଭିସିଲ୍ଡ ଟିକାକୁ ଏକ  ସ୍ୱତନ୍ତ୍ର ଭ୍ୟାନରେ ଜଗତସିଂହପୁର ଜିଲ୍ଲା ସଦର ହସ୍ପିଟାଲରୁ ଆଣି ରଘୁନାଥପୁର ମେଡିକାଲରେ ପହଂଚାଇଥିଲେ । ଏହି ଟିକାକୁ ପ୍ରଥମେ ଡାକ୍ତର, ଫାରମାଶିଷ୍ଟ, ଟେକ୍ନିସିଆନ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସୁପରଭାଇଜର ମହିଳା ଓ ପୁରୁଷ, ସ୍ଟାଫନର୍ସ,  ସୁଇପର ମାନଙ୍କୁ ଦିଆଯିବ । ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୩୪ଜଣ  ଡାକ୍ତର, ଫାରମାଶିଷ୍ଟ, ଟୈକ୍ନିସିଆନ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସୁପରଭାଇଜର ମହିଳା ଓ ପୁରୁଷ, ସ୍ଟାଫନର୍ସ,  ସୁଇପର ଅଛନ୍ତି । ସେମାନଙ୍କ ମଧ୍ୟରୁ ଡାଟା ବେସ ଅନୁଯାୟୀ ୧୦୦ଜଣଙ୍କ ତାଲିକା ପ୍ରସ୍ତୁତି କରାଯାଇ ଆସନ୍ତା ୧୬ତାରିଖରେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଦାନ କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଂଟ ଡଃ ସୁକାନ୍ତ କୁମାର ଦଳାଇ ପ୍ରକାଶ କରିଛନ୍ତି । ସୂଚନା  ଯୋଗ୍ୟ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଚାରିଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଅଛି । ଏଠାରେ ସୂଚନା ଯୋଗ୍ୟ  ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ସୁପରଭାଇଜର ମହିଳା ଓ ପୁରୁଷ, ମହାସଂଘ ସେମାନଙ୍କର ଦୁଇ ଗୋଟି ଦାବିକରି ଏହିଟିକା ନେବେ ନାହିଁ ବୋଲି ସରକାରଙ୍କୁ ଜଣାଇଦେଇଛନ୍ତି । ମାତ୍ର ସେମାନେ ଟୀକା ଦାନରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.