Monday , March 27 2023
Breaking News
Home / କୃଷି / ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପିତ   – ଭୋକର ଭୂଗୋଳ ନୁହେଁ ଭାତ ର ହାଣ୍ଡି କଳାହାଣ୍ଡି  – ମୁଖ୍ୟମନ୍ତ୍ରୀ

ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପିତ   – ଭୋକର ଭୂଗୋଳ ନୁହେଁ ଭାତ ର ହାଣ୍ଡି କଳାହାଣ୍ଡି  – ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ୧୪/୧/୨୧ (ଓଡିଶା ସମାଚାର /ସଂଜୟ ସିଂହ) – ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ, କଳାହାଣ୍ଡି ଜିଲ୍ଲାର ଜୟପାଟଣା , କୋକସରା ଓ ଧର୍ମଗଡ ବ୍ଲକର ଅଣ ଜଳସେଚିତ ଅଞ୍ଚଳର ଚାଷି ଙ୍କ ପାଇଁ ଲୋକାର୍ପିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ବିଜେଡି ର   ମାଳ ମାଳ  ଟାଣୁଆ ନେତା କଳାହାଣ୍ଡିରେ ଡେରା ପକାଇଥିଲେ । ଆଜି  (ଗୁରୁବାର) ଜୟପାଟଣା ଅଂଚଳର ମଙ୍ଗଳପୁର ନିକଟରେ ଥିବା ମେଗାଲିଫ୍ଟ ପ୍ରକଳ୍ପ ପରିସର ରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ   ଦିନ ୧୧ ଟା ୪୫ ରେ ପହଞ୍ଚି ଥିଲେ ।

ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଥିବା ସ୍ଵତନ୍ତ୍ର ମଞ୍ଚ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ୫ ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ରହିଥିବା ବେଳେ, ଅନ୍ୟ ଏକ ମଞ୍ଚରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ , ଧର୍ମଗଡ ବିଧାୟକ ମୌଷଧି ବାଗ ଉପସ୍ଥିତ ଥିଲେ  ।

 ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ ଦିନେ କଳାହାଣ୍ଡି ରେ ଢେଲା ମାଡ଼ରେ ବିଜୁବାବୁଙ୍କ ନାକ ଫାଟିଥିଲା କିନ୍ତୁ ବିଜୁବାବୁ ସବୁବେଳେ କଳାହାଣ୍ଡି ବାସୀଙ୍କୁ ଭଲ ପାଉଥିଲେ  । କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି।  ଇନ୍ଦ୍ରାବତୀର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି । ତାର ଜଳ କଳାହାଣ୍ଡିବାସୀଙ୍କ ଦେହରେ ରକ୍ତ ହୋଇ ବହୁଛି। କଳାହାଣ୍ଡିରେ ମାଆ ଇନ୍ଦ୍ରାବତୀଙ୍କ ନାଁରେ ହେବ ପାର୍କ ଓ ସଂଗ୍ରହାଳୟ । କଳାହାଣ୍ଡି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନରେ ନମ୍ବର-୧ ଜିଲ୍ଲା ହୋଇଛି  । କଳାହାଣ୍ଡି ଆଜି ସାରା ଦେଶ ପାଇଁ ବିକାଶର ମଡେଲ ହୋଇଛି । ଏହା  ସହ କଳାହାଣ୍ଡି ର ସହିଦ ରେଣ୍ଡୋ ମାଝୀଙ୍କୁ ସମ୍ମାନ ଜଣାଇଛନ୍ତି ନବୀନ  ।  କଳାହାଣ୍ଡିକୁ ୨୦୮୫ କୋଟିର ପ୍ରକଳ୍ପର ଭେଟି ଦେଇ  କଳାହାଣ୍ଡି ବିକାଶର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ   ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି   ।  ୧୦୬୪ କୋଟି ଟଙ୍କା ୫୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।  ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକର୍ପଣ ମଧ୍ୟ କରିଛନ୍ତି   ।   ୯୮୬.୭୧ କୋଟି ଟଙ୍କା ବ୍ୟୟରେ ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି । ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ହେବ ।ଜଳସେଚନ ପ୍ରକଳ୍ପରୁ ପ୍ରାୟ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ଙ୍କ ଏହି ସମାବେଶରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ରହିଥିଲେ ।   ଓଡିଶା ସମାଚାର

Leave a Reply

Your email address will not be published.