Saturday , April 1 2023
Breaking News
Home / ବିଶେଷ / ମଧୁବାବୁ ପାଠାଗାର ରେ ଫକୀର ମୋହନ ଜୟନ୍ତୀ ପାଳନ 

ମଧୁବାବୁ ପାଠାଗାର ରେ ଫକୀର ମୋହନ ଜୟନ୍ତୀ ପାଳନ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ମଧୁବାବୁ ପାଠାଗାର ରେ ଆଜି ବ୍ୟାସକବି ଫକୀର ମୋହନଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ମଧୁବାବୁ ପାଠାଗାର ଓ ସମ୍ବାଦ ସାହିତ୍ୟ ଘର ର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଅଂଚଳର ସାହିତ୍ୟିକ, ବୁଦ୍ଧିଜିବୀ , କବି, ଲେଖକ , ଶିକ୍ଷକ , ଅଧ୍ୟାପକମାନେ ଯୋଗଦେଇ ସଙ୍କ୍ରାନ୍ତୀ ପୁରୁଷ ବ୍ୟାସକବି ଫକୀର ମୋହନଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସାମ୍ବାଦିକ ନବଘନ ନାୟକ  ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ନୀରୋଦ ଦାସ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସାମାଜିକ ସଂସ୍କାର ତଥା ଉତ୍କଳ ପ୍ରଦେଶ ଗଠନ ରେ ଫକୀରମୋହନ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।  ଯେଉଁ ସମୟରେ ସମାଜରେ କୁ ସଂସ୍କାର ଓ ଅଶିକ୍ଷା ଭରି ରହିଥିଲା , ସେତିକି ବେଳେ ଫକୀର ମୋହନଙ୍କ  ଉପନ୍ୟାସ , ବ୍ୟଙ୍ଗ, ବିଦୃପ ଓ ସମାଲୋଚନା ଧର୍ମୀ ସାହିତ୍ୟ ଉତ୍କଳୀୟତାକୁ ଭାଷା ଭିତିରେ ଏକତ୍ରୀକରଣ କରିବା ସହିତ ସମାଜକୁ ଆଲୋକ ବର୍ତିକା ଦେଖାଇଥିଲା ବୋଲି ଶ୍ରୀ ଦାସ କରିଥିଲେ । ବାସ୍ତବରେ ଫକୀର ମୋହନଙ୍କ  ଲେଖା ରେ ଥିଲା ସାମାଜିକ ବାର୍ତା , କୁ ସଂସ୍କାର ବିରୁଦ୍ଧରେ ସଂଗ୍ରାମ , ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସାଲିସ ବିହିନ ସଂଗ୍ରାମ । ଫକୀର ମୋହନ ଥିଲେ ଓଡ଼ିଆ ସାହିତ୍ୟର  ଅଗ୍ରଗଣ୍ୟ ସାରଥି ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ଫକୀର ମୋହନଙ୍କ କାଳଜୟୀ ସାହିତ୍ୟ ରାଣ୍ଡିପୁଅ ଅନ୍ତା , ପେଟେଂଟ ମେଡ଼ିସିନ୍ , ରେବତୀ, ଲଛମା ପ୍ରଭୃତି ରୁ ବିଭିନ୍ନ ପଂକ୍ତି ଉଦ୍ଧାର କରି ଫକୀରମୋହନଙ୍କ ଥିବା ସ୍ୱଦେଶି ଭାଷା ପି୍ରତୀ ସମ୍ପର୍କରେ ପ୍ରଧ୍ୟାପକ ଶ୍ରୀ ଦାସ ଆଲୋଚନା କରିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଗାଳ୍ପିକ ନରୋତମ ପରିଡ଼ା,ପଣ୍ଡିତ ସାରଦା ପ୍ରସାଦ ସତପଥି, ଅଧ୍ୟାପିକା ରୁବିନା ପଣ୍ଡା ଯୋଗଦେଇ ସଙ୍କ୍ରାନ୍ତୀ ପୁରୁଷ ଫକୀର ମୋହନଙ୍କ ଲେଖାରେ ଥିବା ସାମାଜିକ କର୍ତବ୍ୟବୋଧ ସମ୍ପର୍କରେ ଅବତାରଣା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦେବାଶିଷ ରଣା , ଆଲୋକ ପଣ୍ଡା,ପ୍ରଧାନ ଶିକ୍ଷକ ମହେଶ୍ୱର ପାଣି, ବାସୁଦେବ ପଣ୍ଡା,ରଂଜିତ କୁମାର ପଣ୍ଡା,ସମାଜସେବୀ ଅରୁଣ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସ୍ୱର୍ଗତ ÿ ପଦ୍ମଶ୍ରୀ ଡ଼ି  ପ୍ରକାଶ ରାଓ ଙ୍କ ପରଲୋକ ପାଇଁ ଜୟନ୍ତୀ ଉତ୍ସବରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ଯୋଗଗୁରୁ ଦେବ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.