ପାରାଦୀପ,୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ପବିତ୍ର ମକର ସଂକ୍ରାନ୍ତି ଅବସରରେ ଜମ୍ବୋଦୀପଠାରେ ମହାବୀରଙ୍କ ପୂଜାର୍ଚ୍ଚନା ସହିତ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଛି । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଗତ ୧୨ବର୍ଷ ତଳୁ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ୪ଦିନ ବ୍ୟାପି ଏହି ପବିତ୍ର କାର୍ଯ୍ୟ ଅନୁଷ୍ଠିତ ହେବ । ପ୍ରତ୍ୟହ ଅନ୍ନପ୍ରସାଦ ସାଙ୍ଗକୁ ହୋମଯଜ୍ଞ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେଉଅଛି । ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ ଆଜି ଶତାଧିକ ମହିଳା ଏକ ବିଶାଳ କଳସୀ ଶୋଭାଯାତ୍ରାରେ ପାଇକା ନଦୀରୁ ବାହାରି ଯଜ୍ଞସ୍ଥଳୀ ନିକଟରେ ପହଂଚିିଥିଲେ । ଆସନ୍ତା ୧୬ ତାରିଖରେ ମହାଯଜ୍ଞ ସମାପନ ହେବ । ପ୍ରଦୀପ୍ତ ମହାନ୍ତି, କୋ÷ଶିକ ସାହୁ, ବିକ୍ରମ ମହାନ୍ତି, ବିବେକାନନ୍ଦ ମହାନ୍ତି, ସୂର୍ଯ୍ୟ ନାରାୟଣ ଦାସ, ବିକାଶ ମହାନ୍ତି, ରବିନ୍ଦ୍ର ନାଥ ଦାସ, ପ୍ରସନ୍ନ ଦାସ, ସରୋଜ କାନ୍ତ ସାହୁ ଓ ଅଶୋକ ମହାନ୍ତି ପ୍ରମୁଖଙ୍କ ପରିଚାଳନାରେ ଏହି ମହାନ୍ କାର୍ଯ୍ୟ ସମ୍ପାଦିତ ହେଉଅଛି । ଓଡ଼ିଶା ସମାଚାର