Tuesday , March 21 2023
Breaking News
Home / ବିଶେଷ / ବଟେଶ୍ୱର ଭଗବତୀ ତୀର୍ଥରେ ମକର ପର୍ବ

ବଟେଶ୍ୱର ଭଗବତୀ ତୀର୍ଥରେ ମକର ପର୍ବ

ସାଲେପୁର,୧୪/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବଟେଶ୍ୱର ଗ୍ରାମରେ ଅବସ୍ଥିତ ମା ଭଗବତୀ ଙ୍କ ମିନ୍ଦର।ପବିତ୍ର ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ ପାର୍ଶ୍ୱରେ ଏହି ମିନ୍ଦିର ରେ ମା ଭଗବତୀ ବିଗତ ପ୍ରାୟ ୮ସହ ବର୍ଷହେବ ପୂଜାପାଇ ଆସୁଛନ୍ତି ବୋଲି ସ୍ଥାନୀୟ ପୂଜକ ତଥା ଭକ୍ତମାନେ ମତଦିଅନ୍ତି।ଏହି ପୀଠରେ ମକର ସଂକ୍ରାନ୍ତି ଦିନ ମକର ମେଳା ଅନୁଷ୍ଠିତ ହେଉଥିବାବେଳେ ବାରେଣି ତୀର୍ଥରେ ବାରେଣି ଯାତ୍ରା ଓ ମେଳା ଅନୁଷ୍ଠିତ ହୋଇଥାଏ।ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହା ଏକ ତୀର୍ଥ କ୍ଷେତ୍ର କହିଲେ ଅତୁ୍ୟକ୍ତି  ହେବନାହିଁ।ଏହି ଦିନଗୁଡିକରେ ପବିତ୍ର ଚିତ୍ରୋତ୍ପଳା ନଦୀରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି କଥିତ ଅଛି।ଏହି ସ୍ଥାନ ଟି ଅତ୍ୟନ୍ତ  ପବିତ୍ର ଓ ମନୋରମ ସ୍ଥାନ ହୋଇଥିବାରୁ ଭକ୍ତମାନଙ୍କ ର ସୁଅଛୁଟୁଥାଏ।ମାତ୍ର ଚଳିତ ବର୍ଷ କରୋନା କଟକଣା ରହିଥିବାରୁ ସେହିଭଳି ଭିଡ ପରିଲକ୍ଷିତ ହୋଇନାହିଁ। ସବୁଠୁ ତାତ୍ପର୍ୟ୍ୟପୂର୍ଣ ବିଷୟ ଯେ ବିବାହ ସାରିଥିବା ପୁତ୍ର ଓ କନ୍ୟା ଙ୍କ ର ବହାମୁକୁଟ ଆଦିକୁ ଏହିଦିନ ଏହି ତୀର୍ଥକ୍ଷେତ୍ର ନଦୀଜଳ ରେ ଭସାଇବା ଦ୍ୱାରା ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି କଥିତଅଛି। ଓଡିଶା ସମାଚାର

Leave a Reply

Your email address will not be published.