କେନ୍ଦ୍ରାପଡା, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)-ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗ ଖବର କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ରାପଡାର କେଶପୁର ବଜାରସ୍ଥିତ ସମୀର ଟିଭିଏସରେ ଶୋକର ଛାୟା ଖେଳିଯାଇଛି । ସମୀର ଟିଭିଏସର କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମଚାରୀ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଛନ୍ତି । ପ୍ରତ୍ୟେକ ଥର ସମୀର ଟିଭିଏସ ପକ୍ଷରୁ କେନ୍ଦ୍ରାପଡାରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିର ଓ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସ୍ୱର୍ଗତ ରାଓ ନିଜ ଇଛାରେ ପହଁଚି ଯୋଗଦେଇଥାନ୍ତି । ସମୀର ମୋଟର୍ସର ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦ ସ୍ୱର୍ଗତ ରାଓଙ୍କୁ ଦୁଃଖି ଦରୀଦ୍ରର ଅସଲି ବନ୍ଧୁ ବୋଲି କହିଥାନ୍ତି ତାଙ୍କୁ । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ଅନେକ କେନ୍ଦ୍ରାପଡାର ସାଧାରଣ ଲୋକଙ୍କୁ ରକ୍ତଦାନ କରି ସହାୟତାର ହାତ ବଢାଉଥିଲେ ସ୍ୱର୍ଗତ ରାଓ । ସ୍ୱର୍ଗତ ରାଓଙ୍କ ବିୟୋଗରେ ଓଡିଶା ଜଣେ ଅମୁଲ୍ୟ ରନôଙ୍କୁ ହରାଇଲା ବୋଲି କହିଛନ୍ତି ଶ୍ରୀ ଚାନ୍ଦ । ଓଡ଼ିଶା ସମାଚାର