କେନ୍ଦ୍ରାପଡା, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କୁ ପୁିଷ୍ପଗୁଛ ଓ ଉତରୀୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘର ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରଦୀପ୍ତ ସାମଲ, କାର୍ତିକ ବେହେରା ପ୍ରମୁଖଙ୍କ ସମେତ ଅନେକ କର୍ମକର୍ତା ଜିଲ୍ଲାପାଳଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଓଡ଼ିଶା ସମାଚାର