ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମରେ ଗତ ୧୧ ତାରିଖରୁ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ମା ଭଗବତୀ କି୍ରକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୮ମ ବାର୍ଷିକ କି୍ରକେଟ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ରେ ଇଲେଭେନ୍ ଷ୍ଟାର ବାଲିଘାଇ କି୍ରକେଟ ଟିମ ଚମ୍ପିଆନ ଟ୍ରଫି ହାସଲ କରିଛି । ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ମ୍ୟାଚ ରେ ଆଜି ଫାରଇନାଲ ମ୍ୟାଚ୍ ହରିଦାସପୁର କ୍ରିକେଟ ଟିମ ଓ ଇଲେଭେନ୍ ଷ୍ଟାର ବାଲିଘାଇ କି୍ରକେଟ ଟିମ ମଧ୍ୟରେ ହୋଇଥିଲା । ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୨୦ ଓଭର ଖେଳରେ ଇଲେଭେନ୍ ଷ୍ଟାର ବାଲିଘାଇ ସମସ୍ତ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ହରିଦାସପୁର କ୍ରିକେଟ ଟିମ ସମସ୍ତ ଉଇକେଟ ହରାଇ ମାତ୍ର ୧୬୨ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ଯୋଗଦେଇ ବିଜୟୀ ଇଲେଭେନ୍ ଷ୍ଟାର ବାଲିଘାଇ କି୍ରକେଟ ଟିମ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ସାଂସଦ ଙ୍କ ଗରଦପୁର ପ୍ରତିନିଧି ଜୟ ପ୍ରକାଶ ବାରିକ ଯୋଗଦେଇ ହରିଦାସପୁର କ୍ରିକେଟ ଟିମ କୁ ରନର୍ସ ଅପ୍ କପ୍ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ଆୟୋଜକ କ୍ଲବ୍ ର ମନୋଜ ରାଉତ, ରାଜେସ ନାୟକ,ସିଦ୍ଧାର୍ଥ ରାଉତ, ବୁୂଟୁନା ଦାସ,ବିଜ୍ଞନାରାୟଣ ସାହୁ,ଶରତ ରାଉତ, ଦୀପକ ପୀରିଡ଼ା, ପ୍ରମୁଖ ପରିଚାଳନା କରିଥିବାବେଳେ କ୍ରିକଟ ଭାସ୍ୟକାର ଭାବେ ରଘୁନାଥ ବାରିକ , ସୁକାନ୍ତ ସେନାପତି କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ସମୁଦାୟ ୧୧ ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ସାମ୍ବାଦିକ ସାରଦା ସାମନ୍ତରାୟ ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର