Saturday , May 28 2022
Breaking News
Home / ବିଶେଷ / କୋଭିଡ -୧୯ କଟକଣା ଯୋଗୁଁ କେନ୍ଦ୍ରାପଡା ସବଡିଭିଜନର ସମସ୍ତ ଅଂଚଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା

କୋଭିଡ -୧୯ କଟକଣା ଯୋଗୁଁ କେନ୍ଦ୍ରାପଡା ସବଡିଭିଜନର ସମସ୍ତ ଅଂଚଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା

କେନ୍ଦ୍ରାପଡା, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କୁ କୋଭିଡ-୧୯ ମହାମାରୀରୁ ସୁରକ୍ଷା ଦେବା ଏବଂ ଏହାର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ରାପଡା ସବଡିଭିଜନର ସମଗ୍ର ଅଂଚଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା କରାଯାଇଛି । ସେହିପରି କୋଭିଡ ସମଦୃଶ୍ୟ ନୂଆ ସାର୍ସ କୋଭ – ୨ ଭାଇରସ ଯାହାକି ଦୃତ ଗତିରେ ସଂଯୁକ୍ତ ରାଷ୍ଟ୍ରରେ ବ୍ୟାପିଥିବାରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସ.ଓ.ପି. ଯାରି କରିବା ପାଇଁ ଏବଂ ଏହି ସଂକ୍ରମଣ ରୋକିବା ପାଇଁ ଶକ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ରାଜ୍ୟ ସରକାର କୋଭିଡ-୧୯ ନିୟନ୍ତ୍ରଣ – ୨୦୨୦ ତା ୧୮.୦୩.୨୦୨୦ରିଖ ନିର୍ଦେଶନାମା ଅନୁଯାଇ ମହାମାରୀ ରୋଗ ଧାରା ୧୮୯୭ ଉପଧାରା ୨(୧) ଅନୁଯାଇ ଉପଜିଲ୍ଲାପାଳଙ୍କୁ କ୍ଷମତାପନ୍ନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଯେହେତୁ ମକର ମେଳା ସାଧାରଣତଃ ମକର ସଂକ୍ରାନ୍ତୀ ଦିନ ପାଳନ କରାଯାଏ ଏବଂ ଅନେକ ଲୋକ ଏହି ପର୍ବରେ ଏକାଠି ହୁଅନ୍ତି ଏଣୁ ବହୁଜନହିତ ଦୃଷ୍ଟିରୁ ଏହି ଜନସମାବେଶକୁ ରୋକିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ତଥା କୋଭିଡ – ୧୯ କ୍ଷମତାସଂପନ୍ନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର କେନ୍ଦ୍ରାପଡା ଉପଖଣ୍ଡର ସମସ୍ତ ଅଂଚଳରେ ମକରମେଳା ପାଳନକୁ ନିଷିଦ୍ଧ ଘୋଷଣା କରିଛନ୍ତି । ତେଣୁ ସମସ୍ତ ତହସିଲଦାର ଓ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ସେମାନଙ୍କ ଅଂଚଳରେ ଏହି ଆଦେଶନାମାକୁ ବଳବତର ରଖିବାକୁ ନିର୍ଦେଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ

କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …

Leave a Reply

Your email address will not be published. Required fields are marked *