ରଘୁନାଥପୁର ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଉତରକୂଳ ପଂଚାୟତସ୍ଥିତ ଉତରକୂଳ କୃଷି ସେବା ସମବାୟ ସମିତି ଅଧିନରେ ଆଜି ଧାନ ମଣ୍ଡି ଖୋଲାଯାଇଛି । ସମିତିର ସମ୍ପାଦକ ଅବିନାଶ ରାଉତଙ୍କ ତତ୍ୱାବଧାନରେ ସେବା ସମବାୟ ସମିତିର ପୂର୍ବତନ ସଭାପତି ମନୋଜ କୁମାର ମହାନ୍ତି ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ କ୍ରୟ କମିଟି ପକ୍ଷରୁ ବାବାଜୀ ଚରଣ ଦାସ, କିଶୋର ସାହୁ ଉପସ୍ଥିତ ଥିବାବେଳେ ସଫଳ ଚାଷୀ କିଶୋର ଚନ୍ଦ୍ର ସାହାଣୀ, ସୁକାନ୍ତ ଚରଣ ସ୍ୱାଇଁ, ବ୍ରଜ ବିଶୋର ନାୟକ ପ୍ରମୁଖ ଧାନ ବିକ୍ରି କରିବାକୁ ଉପସ୍ଥିତ ଥିଲେ । ଏହି ମଣ୍ଡି ଦ୍ୱାରା ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର ଓ ଉତରକୂଳ ପଂଚାୟତର ଚାଷୀମାନେ ଉପକୃତ ହେବାକୁ ଥିବାବେଳେ ପ୍ରଥମ ଦିନ ୪୪୦ କୁଇଂଟାଲ ଧାନ କ୍ରୟ କରାଯାଇଥିଲା । ଏଫଏକ୍ୟୁ ମାନର ଧାନ ୧୮୬୮ ଟଙ୍କା ନିର୍ଦ୍ଧାରିତ ହୋଇଥିବାବେଳେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଧାନ କ୍ରୟ କରାଯିବା ପାଇଁ ସ୍ଥିର ହୋଇଛି । ଏହି ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ, ବାକୁଜଙ୍ଗ ପୂର୍ବତନ ସରପଂଚ ମିଲନ କୁମାର ଭୂୟା, ସମାଜସେବୀ ଜମ୍ବେଶ୍ୱର ବେଉରା , ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ, ସରପଂଚ ଦିଲିପ କୁମାର ବିଶ୍ୱାଳ, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ କର୍ମଚାରୀ ସୌରୀ ପ୍ରସାଦ ରାଉତ ଓ ରାଜେଶ କୁମାର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର