Wednesday , March 29 2023
Home / କ୍ରୀଡ଼ା / ଆମ୍ବେରୀରେ ପତିତପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ

ଆମ୍ବେରୀରେ ପତିତପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ

ପାରାଦୀପ,୧୪/୦୧/୨୦୨୧ (ଓଡ଼ିଶା ସମାଚାର)- ଆମ୍ବେରୀଠାରେ ସବୁବର୍ଷ ପରି ଚଳିତ ବର୍ଷ ପତିପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟ ଗୁରୁବାର ଉଦଘାଟିତ ହୋଇଯାଇଛି । ଚଳିତବର୍ଷ ଏହି ଟୁର୍ଣ୍ଣାମେଂଟରେ ସମୁଦାୟ ୧୬ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ଲିଗ୍ ମ୍ୟାଚ୍ ଉତରକୁଳ ଓ ଚଁପୁର ଏବଂ ଦ୍ୱିତୀୟ ଲିଗ୍ ମ୍ୟାଚ୍ ସୁକରପଡ଼ା ଓ ପଲେଇ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତରକୁଳ ଓ ପଲେଇ ବିଜୟୀ କ୍ୱାଟର୍ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜିର ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ପଲେଇ ଟିମ୍ର ପ୍ରଜ୍ଞାନ ପରିଡ଼ା ଉତରକୂଳର ରାକେଶ ରାଉତଙ୍କୁ କପ୍ ପ୍ରଦାନ କରାଯାଇଥିଲା । ବିଶିଷ୍ଟ କ୍ରୀଡ଼ାବିତ୍ ବିକାଶ ମହାନ୍ତି ଓ ଅମରେଶ ମଲିକ କପ୍ ପ୍ରଦାନ କରିଥିଲେ । ଅମ୍ପାୟାର୍ ବିଶ୍ୱଜିତ୍ ରାଉତ, ଅମରେଶ ମଲିକ, ରିଙ୍କୁ ମହାନ୍ତି ଆଜିର ଖେଳ ପରିଚାଳନା କରିଥିଲେ । ପ୍ରକାଶଯୋଗ୍ୟ ୪୦ବର୍ଷ ଧରି ଏହି ଟୁର୍ଣ୍ଣାମେ ଅନୁଷ୍ଠିତ ହୋଇଆସୁଛି । ଜାନୁଆରୀ ୨୬ ତାରିଖରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ଖେଳ ଅନୁଷ୍ଠିତ ହେବ ।   ଓଡ଼ିଶା ସମାଚାର

Leave a Reply

Your email address will not be published.