Saturday , April 1 2023
Breaking News
Home / ବିଶେଷ / ଅସହାୟଙ୍କୁ ସମାଜସେବୀଙ୍କ କମ୍ବଳ ବଂଟନ 

ଅସହାୟଙ୍କୁ ସମାଜସେବୀଙ୍କ କମ୍ବଳ ବଂଟନ 

ଗରଦପୁର, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପବ୍ଲିକ୍ ସ୍କୁଲ ର ପ୍ରତିଷ୍ଠାତା ସମାଜସେବୀ ତଥା ପ୍ରଧ୍ୟାପକ ଅଜୟ ରାଉତ ଗରଦପୁର ବ୍ଲକ୍ ଅଂଚଳରେ ଆଜି ଅସହାୟ ପରିବାରଙ୍କୁ କମ୍ବଳ ବଂଟନ କରି ସହାୟତାର ହାତ ବଢ଼ାଇଛନ୍ତି । ବିଭିନ୍ନ ସମୟରେ ଅସହାୟ ଲୋକଙ୍କ ନିକଟତର ହୋଇ ଦୀର୍ଘ ବର୍ଷ ଧରି ଅସହାୟଙ୍କୁ ସାହାଯ୍ୟ କରିଆସୁଥିବା ଶ୍ରୀ ରାଉତ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ପଂଚାୟତର ହରିପୁର ଗ୍ରାମରେ ଥିବା  ଦଳିତ ବସ୍ତିକୁ ଯାଇଥିଲେ । ମାଘ ଯାଡ଼ରେ ଅସହାୟ ଅବସ୍ଥାରେ ଜୀବନ ନିର୍ବାହ କରୁଥିବା ୧୫ ଟି ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ କମ୍ବଳ ବଂଟନ କରିଥିଲେ । ବିଶେଷକରି ଦଳିତ ସାହିର କାଂଚନ ମଳିକ ,ପାର୍ବତୀ ମଳିକ,ନଖୁରୀ ମଳିକ,ନୀରଂଜନ ମଳିକ,ଦୂର୍ଯେ୍ୟାଧନ ମଳିକ,ଜଗବନ୍ଧୁ ମଳିକ,ଡ଼ାଙ୍ଗ ମଳିକ ,ନେତ୍ରାନନ୍ଦ ମଳିକ,ନୋଚି ମଳିକ, ଖତୁ ମଳିକ,ସ୍ନେହଲତା ମଳିକ,ପ୍ରିୟ ମଳିକ ପ୍ରମୁଖ ଙ୍କୁ ଶ୍ରୀ ରାଉତ କମ୍ବଳ ବଂଟନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.