Saturday , May 21 2022
Breaking News
Home / ବିଶେଷ / ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଦିବସ

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଦିବସ

ଯୁବସମାଜ ନିର୍ଭୀକ ଓ ସଂଜମୀ ହେଲେ ନିଜେ ସଫଳତାର ଶୀର୍ଷ ଛୁଇଁବା ସହ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ
ନିରାକାରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ଦ୍ୱାରା ଆୟୋଜିତ ଓସୋକା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଯୁବସମାଜ ପଥଭ୍ରଷ୍ଟ ନ ହୋଇ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସମାଜର ମଙ୍ଗଳ ହେବା ସହ ନିଜ ଜୀବନର ପରିବର୍ତନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଡ଼. ରେଣୁବାଳା ସାମନ୍ତରାୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଯୁବ ରେଡ଼କ୍ରସ କାଉନସିଲର ବିଦ୍ୟାଧର ବିଶ୍ୱାଳ । କ୍ରାନ୍ତିଦ୍ରଷ୍ଟା ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମର ଉଦଘାଟକଭାବେ ସମାଜସେବୀ ତଥା ବରିଷ୍ଠ ରାଜନେତା ବିପିନ କୁମାର ଜୟସିଂହ ଓ ମୁଖ୍ୟଅତିଥିଭାବେ ଶିକ୍ଷାବିତ ଡ଼. ଭବନୀ ସାହୁ ଯୋଗଦେଇ ଯୁବକ ଓ ଛାତ୍ରମାନଙ୍କର ସମାଜ ପ୍ରତି କର୍ତବ୍ୟ ସଂପର୍କରେ ବିସ୍ତୃତଭାବେ ଆଲୋକପାତ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର । ଏହି ଅବସରରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶେଷରେ ଅତିଥିମାନଙ୍କ ଠାରୁ କୃତୀ ପ୍ରତିଯୋଗୀମାନେ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଭିରାମ ପଣ୍ଡା ପରିଚାଳନା କରିଥିବା ସହ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ଅଧ୍ୟାପକ ସୁଜିତ ପାଣ୍ଡେ, ରନôାକର ମହାପାତ୍ର, ଆଦିକନ୍ତ ପ୍ରଧାନ, ଆଲୋକ କୁମାର ମଙ୍ଗରାଜ, ସ୍ୱଦେସ୍ନା ସାମନ୍ତରାୟ, ସସ୍ମିତା ସାହୁ ଓ ଜମ୍ବେଶ୍ୱର ଜୁଝାରସିଂହ ପ୍ରମୁଖଙ୍କ ସମେତ ଅନ୍ୟ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *