Tuesday , March 21 2023
Breaking News
Home / ବିଶେଷ / ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ କିଟ୍ ବଂଟନ

ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ କିଟ୍ ବଂଟନ

ନିରାକାରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ସ୍ୱୋଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର ସେବା ଆନୁକୂଲ୍ୟରେ ୧୦ବର୍ଷ ପୂ୍ର୍ତ ଉପଲକ୍ଷେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାଶନ ପଂଚାୟତର ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ କିଟ୍ ବଂଟନ କରାଯାଇଛି । ୟୂଥ୍ ଫର ସେବାର କ୍ଲଷ୍ଟର ସଂଯୋଜକ ସୌମ୍ୟରଞ୍ଜନ ବଳିଆରସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଉଜ୍ୱଳା  ଅଫିସର ଶିଶିର ମିଶ୍ର,ସମାଜସେବୀ ସୋମନାଥ ବଳିଆରସିଂହ,ଶୁସାନ୍ତ ବାରିକ୍,ମୋହନ ଜେନା,ସୁବ୍ରତ ବେହେରା  ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ କିଟ୍ ବଂଟନ କରିଥିଲେ ।ଗୋଳବାଇ ପଂଚାୟତର ଗ୍ରାମବାସୀ ମାନେ ୟୁଥ୍ ଫର ସେବାର ଏହିଭଳି କାର୍ଯ୍ୟକ୍ରମ ଦେଖି ଅନୁଷ୍ଠାନକୁ ପ୍ରଶଂସା କରିବା ସହିତ ସାଧୁବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଶାନ୍ତ ନାୟକ,କାହ୍ନା ଜେନା,ମାନସ ବିଶୋଇ,ନୃସିଂହ ବେହେରା,ବିଶ୍ୱଜିତ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.