Thursday , March 23 2023
Home / ବିଶେଷ / ଭଗବାନ ବରାହନାଥ ଙ୍କ ଜନ୍ମୋତ୍ସବ ପାଳନ

ଭଗବାନ ବରାହନାଥ ଙ୍କ ଜନ୍ମୋତ୍ସବ ପାଳନ

ସାଲେପୁର,୧୩/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଜନାର୍ଦନପୁର ପଞ୍ଚାୟତ ପବିତ୍ର ଚିତ୍ରୋତ୍ପଳା ନଦୀ ତଟବର୍ତ୍ତି ମାରଡା ଗ୍ରାମରେ ଅବସ୍ଥିତ ସର୍ବପୁରାତନ  ବରାହନାଥ ଙ୍କ ମନ୍ଦିର ।ବକୁଳ ଅମାବାସ୍ୟା ତିଥି ରେ ବରାହ ଅବତାର ଙ୍କ ଜନ୍ମୋତ୍ସବ କୁ ଗ୍ରାମବାସୀ ପାଳନ କରିଥାନ୍ତି। ଏହି ଦିନ ବିଭିନ୍ନ ପୂଜାର୍ଚ୍ଚନା ସହ ଆଲୋଚନା ଚକ୍ର, ଭଜନ ସମାରୋହ ଓ ଆନନ୍ଦବଜାର ଅନୁଷ୍ଠିତ ହୋଇଥାଏ। ପବିତ୍ର ଚିତ୍ରୋତ୍ପଳା ତଟରେ ଏହି ମିନ୍ଦର ଓ ପୀଠ ପ୍ରାୟ ୭ଶହ ବର୍ଷର ବୋଲି ସ୍ଥାନୀୟ ଗ୍ରାମବାସୀମାନେ ମତ ଦେଇଥାନ୍ତି। ଚିତ୍ରୋତ୍ପଳା ନଦୀ ରୁ ବରାହନାଥ ଙ୍କ ମୂର୍ତ୍ତି କୁ ଉଦ୍ଧାର କରାଯାଇ ସ୍ଥାପନ କରାଯାଇଥିଲା। ସେହି କାଳୁ ବିଶ୍ୱାସ ଓ ଆସ୍ଥା ର ପ୍ରତୀକ ଭାବେ ମହାପ୍ରଭୁ ପୂଜାପାଇ ଆସୁଛନ୍ତି। ତାଙ୍କର ପବିତ୍ର ପୀଠ ରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଇ ଥାଏ।ଚିତ୍ରୋତ୍ପଳା ନଦୀର ଅପର ପାଶ୍ୱରେ ସାଲେପୁର ର ବଟେଶ୍ୱର ସ୍ଥିତ ମା ଭଗବତୀ ଙ୍କ ମିନ୍ଦର ଅବସ୍ଥିତ ଥିବାରୁ ଏହା ମଧ୍ୟରେ ଭାଗବତ ସତା ବିଦ୍ୟମାନ ବୋଲି ଲୋକକଥା ରହିଛି। ଓଡିଶା ସମାଚାର

Leave a Reply

Your email address will not be published.