Tuesday , March 28 2023
Home / ବିଶେଷ / ପୁଅର କଟୁରୀ ଚୋଟରେ ବାପର ମୃତ୍ୟୁ – ଅଭିଯୁକ୍ତ ପୁଅ ଗିରଫ

ପୁଅର କଟୁରୀ ଚୋଟରେ ବାପର ମୃତ୍ୟୁ – ଅଭିଯୁକ୍ତ ପୁଅ ଗିରଫ

ଝାରସୁଗୁଡ଼ା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ବାପା ମଦ ପିଇ ମା କୁ ମାରଧର କରୁଥିବାରୁ ଏହାର ପ୍ରତିବାଦ କରି ପୁଅ ନିଜ ବାପାଙ୍କୁ କଟୁରୀରେ ହାଣି ହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣାଘଟିଛି ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀ ହରିଜନପଡ଼ାରେ । ପୁଲିସ ଅଭିଯୁକ୍ତ ପୁଅ ମାନିକ ଚନ୍ଦ୍ର ବେହେରାକୁ ଗିରଫ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାନିକ ର ବାପା ଲକ୍ଷ୍ମଣ ବେହେରା(୫୨) ପ୍ରତିଦିନ ମଦ ପିଇ ଘରେ ପାଟିତୁଣ୍ଡ କରିବା ସହ ସ୍ତ୍ରୀ କୁ ମରାପିଟା କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟ ଅନୁରୂପ ଭାବେ ପାଟିତୁଣ୍ଡ ଓ ମରାପିଟା କରୁଥିଲା। ମାନିକ ବାପାଙ୍କ ଏହିପରି କାର୍ଯ୍ୟକୁ ବିରୋଧ କରିଥିଲା ଓ ବାପାଙ୍କୁ ଶାନ୍ତ ହେବାକୁ ବୁଝାଇଥିଲେ ହେଁ ବାପା ଲକ୍ଷ୍ମଣ ଚୁପ୍ ହେଉ ନ ଥିବାରୁ ମାନିକ ରାଗିଯାଇ ବାପାକୁ ଆକ୍ରମଣ ଆରମ୍ଭ କରିଦେଲା । ବାପା ଲକ୍ଷ୍ମଣ ପ୍ରତି ଆକ୍ରମଣ କରିବାରୁ ମାନିକ ଘର ଭିତରୁ ଏକ କଟୁରୀ ଆଣି ସିଧା ନିଜ ବାପା ବେକରେ ଚୋଟ ମାରିଥିଲା। ଫଳରେ ଲକ୍ଷ୍ମଣ ରକ୍ତାକ୍ତ ଅବସ୍ଥାରେ ସେହିଠାରେ ଟଳିପଡ଼ିଥିଲା ଓ ଓ ସେଠାରେ ବାପାଙ୍କର ମୃତ୍ୟୁ ହୋଇଥିଲା। ଆଜି ଏ ସଂକ୍ରାନ୍ତାରେ ଲକ୍ଷ୍ମଣର ଭାଇ ବୀରେନ୍ଦ୍ର ବେହେରା ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ସଂଖ୍ୟା ୧୧/୨୦୨୧ରେ ୩୦୨ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ମାନିକକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାପରେ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.