ଗରଦପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)-ମାହାଙ୍ଗା ଡ଼ବଲ ମର୍ଡ଼ର ର ରାଜନୈତିକ ଉଷ୍ମତା ଆଜି ପାଟକୁରା ରେ ଦେଖିବାକୁ ମିଳିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥନରେ ବିଜୁ ଜନତା ଦଳ ତରଫରୁ ପାଟକୁରା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସଙ୍କ ନେତୃତ୍ୱରେ କର୍ମୀ ମାନଙ୍କର ଏକ ଶୋଭାଯାତ୍ରା କରାଯାଇ ବିଜେପି ର ଅପ ପ୍ରଚାରକୁ ତୀବ୍ର ନିନ୍ଦା କରାଯାଇଛି । ମାହାଙ୍ଗା ଡ଼ବଲ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥାରେ ବିଜେପି ଦୋଷାରୋପ କରୁଛି ବୋଲି ଅଭିଯୋଗ କରାଯିବା ସହିତ ବିଜେପି ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି ସଭାପତି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ବିଜେଡ଼ି ଦଳର କର୍ମୀମାନେ ଆଜି ସନ୍ଧ୍ୟାରେ ବିଜେଡ଼ି ଓ ମନ୍ତ୍ରୀ ଜେନାଙ୍କ ସପକ୍ଷରେ ବିଭିନ୍ନ ନାରା ଦେଇ କୋରୁଆ ବଜାର ପରିକ୍ରମା କରିଥିଲେ । ଏଥି ସହିତ ବିଜେପିର ତୁଛା ଅଭିଯୋଗକୁ ନିନ୍ଦା କରି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡ଼ି କୋଷାଧ୍ୟକ୍ଷ ଶୈଳେନ୍ଦ୍ର କୁମାର ମହାନ୍ତି ,ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ , ସାଂସଦ ପ୍ରତିନିଧି ଜୟପ୍ରକାଶ ବାରିକ,ବିଜେଡ଼ି ଜିଲା ସମ୍ପାଦକ ରାକେଶ ସେଠୀ ,ଲିପୁ ସାହୁ , ଶିବ ପ୍ରସାଦ ଦାସ, ଚିତରଂଜନ ପତି , ଧନଂଜୟ ବରେିକ ,ଲେଲିନ କୁମାର ସ୍ୱାଇଁ,ସମିତି ସଭ୍ୟ ସଂଜୟ ସ୍ୱାଇଁ,ତପନ ମଲିକ ,ସରପଂଚ ପ୍ରକାଶ ସାହୁ, ଅନୁଜ କୁମାର ମହାନ୍ତି , ରବିନ୍ଦ୍ର ନାଥ ମହାନ୍ତି , ରବିନ୍ଦ୍ର ମହାପାତ୍ର, ମିର ମେଲାମ ଜିଲାନୀ , ସେକ ସଲିମ, ପ୍ରକାଶ ଜେନା, ସୂର୍ଯ୍ୟକାନ୍ତ ଖୁଂଟିଆ,ପ୍ରବୀର ପରିଜା,ସନ୍ତୋଷ ମାହାଳୀ, ସରୋଜକାନ୍ତ ନାୟକ,ଚକ୍ରଧର ସାହୁ,ଆର୍ତବନ୍ଧୁ ଜେନା, ସ୍ମୃତିରଂଜନ ମାହାଳୀ,ରୋହିତ ମଲିକ,ଦୀପ୍ତିରଂଜନ ମହ÷ାନ୍ତି , ହିରଣ୍ୟ ସାହୁ,ଭରତ ମିଶ୍ର,ଜନ୍ମେଜୟ ସାମଲ,ପ୍ରଶାନ୍ତ ବର୍ଦ୍ଧନ,ଦୀପକ ମହାପାତ୍ର ପୂର୍ବତନ ସମିତି ସଭ୍ୟ ପ୍ରହଲାଦ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର