କଟକ,୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କ ଦେହାନ୍ତ ହୋଇଛି । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକପ ଘଟିଛି । ସେ ମଧ୍ୟ ପୂର୍ବରୁ କରୋନା ରେ ସଂଙ୍କ୍ରମିତ ହୋଇଥିଲେ । ଚା ଦୋକାନ କରି ସେ ବସ୍ତିର ପିଲା ମାନଙ୍କୁ ପାଠ ପଢ଼ାଉଥିଲେ । ତାଙ୍କ ର ଏହି କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା । ତାଙ୍କର ପରଲୋକ ଘଟିଥିବା ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକ ପ୍ରକାଶ ପାଇଛି । ଓଡ଼ିଶା ସମାଚାର