ମାହାଙ୍ଗା,୧୩/୦୧/୨୦୨୧ଓଡିଶା ସମାଚାର/ଅଭୟ ଜେନା):ଶାସନରେ ପରିବର୍ତ୍ତନ ଦରକାର । ହିଂସା ଓ ଅରାଜକତା ବଢ଼ି ବଢ଼ି ଚାଲିଛି । ମୁଖ୍ୟମନ୍ତ୍ରୀ ନିଜେ ଏସବୁ ଅନୁଧ୍ୟାନ କରିବାର ବେଳ ଆସିଛି । ମାହାଙ୍ଗା ଡବଲ ମର୍ଡର ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ ଆହୁରି ବହୁ ଅଭିଯୁକ୍ତ ଧରାପଡ଼ିନାହାନ୍ତି । ବିଜେପିର ୨ ଜଣ ଟାଣୁଆ ସମର୍ଥକ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ସେମାନେ ଦଣ୍ଡ ପାଇବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ଦିବଂଗତ ନେତା ସ୍ବର୍ଗତ ବରାଳଙ୍କ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ଏହା କହିଛନ୍ତି ।
ଶ୍ରୀ ପଣ୍ଡା କହିଲେ କୁଳମଣି ବରାଳ ଜଣେ ଲଢୁଆ ନେତା ଥିଲେ । ଅନ୍ୟାୟ ଏବଂ ଦୁର୍ନୀତିକୁ ବିରୋଧ କରିବାକୁ ଯାଇଁ ଶେଷରେ ତାଙ୍କୁ ହତ୍ୟାର ଶୀକାର ହେବାକୁ ପଡିଲା । ମାହାଙ୍ଗା ମାଟିରେ ହିଂସା ଓ ଅନ୍ୟାୟକୁ ବରଦାସ୍ତ କରାଯିବନାହିଁ । କୁଳମଣି ବାବୁଙ୍କ ଲଢେଇରେ ସମସ୍ତେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର