Thursday , March 23 2023
Home / କୃଷି / ଧାନମଣ୍ଡି ଖୋଲାନହେବା ପ୍ରତିବାଦରେ ବଡ଼ବେତ୍ରା ସମବାୟ ସମିତି ଆମରେ ଚାଷୀ ମେଳି 

ଧାନମଣ୍ଡି ଖୋଲାନହେବା ପ୍ରତିବାଦରେ ବଡ଼ବେତ୍ରା ସମବାୟ ସମିତି ଆମରେ ଚାଷୀ ମେଳି 

ଗରଦପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରାସ୍ଥିତ କୃଷି ସମବାୟ ସମିତିରେ ଆଜି ସୁଦ୍ଧା ଧାନ ମଣ୍ଡି ଖୋଲାଯାଇନାହିଁ । ଏହାର ପ୍ରତିବାଦ ରେ ଆଜି ଚାଷୀମାନେ ସମିତି ଆଗରେ ମେଳି ହୋଇ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି । କେନ୍ଦ୍ରାପଡ଼ା ଜିଲା ସମେତ ଗରଦପୁର ବ୍ଲକ୍ ରେ ଗତ ଡ଼ିସେମ୍ବର ୨୮ ତାରିଖ ଠାରୁ ସମସ୍ତ ସମବାୟ ସମିତିରେ ମଣ୍ଡି ଖୋଲିଛି । ଏଠାରେ ମଧ୍ୟ ମଣ୍ଡି ଖୋଲିଥିବା କଥା କୁହାଯାଉଥିଲେ ମଧ୍ୟ  ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯାଉନାହିଁ । ଉଲେଖନୀୟ ଏହିକି ଗତ ଜାନୁଆରୀ ୮ ତାରିଖ ଦିନ ମଣ୍ଡିର ସମ୍ପାଦକ ଦାୟିତ୍ୱରେ ଥିବା ସାନ ଅଢ଼ଙ୍ଗା ସମିତି ସମ୍ପାଦକ ଖଗେଶ୍ୱର ସାହୁ ମଣ୍ଡି ଖୋଲିଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ ।  ସମିତି  ପରିସର ମଧ୍ୟରେ  ଚାଷୀମାନଙ୍କ ଧାନ ପଡ଼ି ରହିଛି ।  ଏ ସମାସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା ମଧ୍ୟ ଚାଷୀ ମେଳିରେ ଯୋଗ ଦେଇଥିଲେ । ରବିବାର ମଧ୍ୟରେ ମଣ୍ଡି ଖୋଲିବା ନିଶ୍ଚିିତ ନହେଲେ ସମିତି ସମ୍ମୁଖରେ ଆସନ୍ତା ୧୮ ତାରିଖ ଦିନ ଠାରୁ ଚାଷୀମାନେ ଆମରଣ ଅନଶନ କରିବେ ବୋଲି ଶ୍ରୀ ଜେନା ଘୋଷଣା କରିଥିଲେ । ଏହି ଚାଷୀମେଳିରେ ସମିତିର ପ୍ରାକ୍ତନ ସଭାପତି ସରୋଜ ରଂଜନ ଜେନା,ଶୁଭ୍ରାନ୍ତ କୁମାର ମହାନ୍ତି ,ହିମାଂଶୁ ଭୁଷଣ ରାଉତ,ଗୌତମ ତ୍ରିପାଠୀ,ବ୍ରଜ କିଶୋର ଲେଙ୍କା, କୈଳାଶ ଚନ୍ଦ୍ର ସ୍ୱାଇଁ, ପ୍ରସନ୍ନ କୁମାର ରାଉତ, ରବିନ୍ଦ୍ରନାଥ ଲେଙ୍କା, ରାଜ ନାରାୟଣ ମହାନ୍ତି , ବାବାଜୀ ଚରଣ ଜେନା,ଧୃବ ଚରଣ ଲେଙ୍କା,ଅଭିନ୍ନ କୁମାର ବେଉରା, ରବିନ୍ଦ୍ର କୁମାର ଜେନା,ଯୁଧିଷ୍ଠିର ସ୍ୱାଇଁ, ବୈଷ୍ଣବ ଚରଣ ନାୟକ,ରମେଶ ଚନ୍ଦ୍ର ବେଉରା,କୈଳାଶ ଚନ୍ଦ୍ର ଜେନା , ରଂଜିତ କୁମାର ଆଚାର୍ଯ୍ୟ ପ୍ରମୁଖ ଏହି ମେଳିରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.