Monday , March 27 2023
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟାଫ କମିଟି ବୈଠକ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟାଫ କମିଟି ବୈଠକ

କେନ୍ଦ୍ରାପଡା, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଷ୍ଟାଫ କମିଟି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଅମ୍ରୁତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ପ୍ରଥମେ ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ଜୁଡିସିଆଲ ବିଭାଗ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । କୋଭିଡ କଟକଣା ଯୋଗୁଁ ଧିମେଇ ଯାଇଥିବା ସମସ୍ତ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ବର୍ତମାନ ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନୟନ ମୂଳକ ଯୋଜନାକୁ ଆଗେଇନେବାକୁ ଉପଯୁକ୍ତ ସମୟ ଆସିଯାଇଛି ବୋଲି ଜିଲ୍ଲାପାଳ ଉଲ୍ଲେଖ କରି ପ୍ରତ୍ୟେକ କାର୍ଯ୍ୟକୁ ସରକାରଙ୍କ ନିର୍ଦେଶ ମୁତାବକ ଅଗ୍ରାଧିକାର ଦେଇ ସଂପୂର୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ବ୍ଲକ, ତହସିଲ ଓ ଜିଲ୍ଲା ସ୍ତରରେ ରିଟ୍ ପିଟିସନ କେଶ ଗୁଡିକ ସହ ହାଇକୋର୍ଟ କେଶ ଗୁଡିକୁ ନିର୍ଦ୍ଧାରତ ସମୟସୀମା ମଧ୍ୟରେ ସମ୍ପାଦନ କରାଯିବାକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ମମତା ଯୋଜନା ଭଳି ଶିଶୁ ଓ ମାତୃ ମଙ୍ଗଳ କାର୍ଯ୍ୟକ୍ରମକୁ ୱସୱାନ ପ୍ଲାଟଫର୍ମରେ ନିୟମିତ ଭାବେ ଶିଶୁ ବିକାଶ ଅଧିକାରିଣୀମାନଙ୍କ ସହ ବୈଠକ କରିବା ତଥା ଗ୍ରାମ୍ୟ ସ୍ୱାସ୍ଥ୍ୟ ପୋଷଣତା ଦିନ ମାନଙ୍କରେ ଅଙ୍ଗନୱାଡିକର୍ମୀ ଓ ଆଶାକର୍ମୀମାନେ ଉପସ୍ଥିତ ରହିବା ସହ ସିଡିପିଓମାନେ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସେହିପରି ପ୍ରତି ୧୫ଦିନରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିନ ପେନସନ କେଶ ଗୁଡିକର ଅଗ୍ରଗତି, ମୃତକ କେଶ ଗୁଡିକର ତାଲିକା ଓ ଭିନ୍ନକ୍ଷମ କେଶ ଗୁଡିକର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଜବରଦଖଲ ସରକାରୀ ଜମି ଗୁଡିକ ଉଛେଦ କରାଯିବା, ଜବରଦଖଲ ହୋଇଥିବା ଶିକ୍ଷାନୁଷ୍ଠାନର ଜମିକୁ ଜବରଦଖଲ ମୁକ୍ତ କରାଯିବାକୁ ଜିଲ୍ଲାପାଳ ସମସ୍ତ ତହସିଲଦାର ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ପ୍ରତ୍ୟେକ ବିଭାଗୀୟ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ତଥା ଅତି ଜରୁରୀ ସେବା ପ୍ରଦାନ ଦିଗରେ ଜିଲ୍ଲାପାଳଙ୍କୁ ହ୍ୱାଟସଅପ ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ସେମାନଙ୍କ ସମସ୍ୟାଗୁଡିକୁ ଧର୍ଯ୍ୟର ସହ ଶୁଣି ଏକ ଦକ୍ଷତାଭିତିକ ପ୍ରଶାସନିକ ସେବା ଯୋଗାଇଦେବାକୁ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ‘ଇ’ ଅଭିଯୋଗ ଗୁଡିକର ତତକ୍ଷଣାତ ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀଣୀ ମମତା ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥ, ଜିଲ୍ଲା ମଙ୍ଗଳ ଅଧିକାରିଣୀ ନମିତା ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ଡେପୁଟୀ କଲେକ୍ଟର(ନିଜାରତ) ବିରଜା ରାଉତରାୟ, ଡେପୁଟୀ କଲେକ୍ଟର( ସାଧାରଣ ଓ ବିବିଧ ) ଅଙ୍କିତା ଆନନ୍ଦିତା, ସହକାରୀ ଜିଲ୍ଲାପାଳ ସର୍ମିଷ୍ଠା ମାହାଳି, ସବୀତା ସାହୁ, ବେସାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ନିତ୍ୟାନନ୍ଦ ସିଂ,ମିଶନଶକ୍ତି ଡିପିଏମ କୈଳାସ ଚନ୍ଦ୍ର ସେନାପତି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.