Monday , March 20 2023
Breaking News
Home / ତାଜା ଖବର / ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ

ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ

ଛତ୍ରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଛତ୍ରପୁର ଦେଇ ଯାଇଥିବା ଜାତୀୟ ରାଜପଥ ତାମ୍ପରା ହ୍ରଦ ନିକଟରେ ଆଜି ବୁଧବାର ସକାଳେ (ସାଢ଼େ ୬ ଟାରେ ) ବିଶାଖାପାଟଣା ରୁ ଜଟଣୀ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ୟାଙ୍କରରୁ ମେନ୍ ଭଲବ ନିକଟରେ ଗ୍ୟାସ୍ ଲିକ୍ ହେଉଛି। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ଓଡ଼ରାଫ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡ଼ିମୋଟର ଚଳାଚଳ ବନ୍ଦ କରାଯାଇଛି। ଅଧିକ ଗରମ ହେଲେ ଅଧିକ ଗ୍ୟାସ ଲିକ ହେବ ତେଣୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ୟାଙ୍କର ଉପରକୁ ପାଣି ପକାଉଛନ୍ତି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି। ଗ୍ୟାସ୍ ଲିକ୍ ଯୋଗୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହକୁ ମଧ୍ୟ ବିଚ୍ଛିନ୍ନ କରାଯାଇଛି। ଅନ୍ୟ ପକ୍ଷରେ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଗାଡ଼ି ମଧ୍ୟ ଓଲଟି ପଡ଼ିଛି । ଏହି ଗାଡ଼ିରେ ଥିବା ୫ ଜଣ ପୋଲିସ ମଧ୍ୟ ଆହତ ହୋଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.