କଟକ, ୧୩/୦୧/୨୦୨୧ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକରୁ ପୁଣି ଧଳା ଜହର ଜବତ ହୋଇଛି । ବିଡ଼ାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିୱାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଚଢ଼ାଉ କରି ଦେଉଳୀସାହି ଦେବୀ ଘର ନିକଟରୁ ୧୦୬ ଗ୍ରାମ ର ଧଳା ଜହର (ବ୍ରାଉନ ସୁଗାର) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ଗିରଫ କରିଛି ।
ଜବତ ବ୍ରାଉନସୁଗାର ର ଆମୁନାନିକ ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଯୁବକମାନେ ହେଉଛନ୍ତି କଟକ ର ଦେବାଶିଷ ବିଶ୍ୱାଳ ଆଲିଆସ ପୁଅ (୨୪) ବିଶ୍ୱରଂଜନ ସ୍ୱାଇଁ ଆଲିଆସ ସୁକନ (୨୫), ଶ୍ରୀରାଜ ପାତ୍ର ଆଲିଆସ ବାବୁ (୨୭), ହାଟବସ୍ତା , ସୁନାଖଳା , ନୟାଗଡ଼ର ମନୋଜ କୁମାର ଦାସ (୨୯) ସୁମନ୍ତ କୁମାର ମାଝୀ (୩୪) । ଓଡ଼ିଶା ସମାଚାର