ଓଲଟିଲା କପା ବୋଝେଇ ଟ୍ରାକ୍ଟର , ଜଣେ ବହିଳା ଙ୍କ ସମେତ ୨ ମୃତ – ୨ ମହିଳା ଆହତ
ରାୟଗଡ଼ା ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରସାମ୍ୟ ହରାଇ ଓଲଟିଲା କପା ବୋଝେଇ ଟ୍ରାକ୍ଟର । ଦୁର୍ଘଟଣାରେ ଡ୍ରାଇଭର ସମେତ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛିତ । ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କ୍ରିକାଲୁପାଡୁ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଟ୍ରାକ୍ଟରଟି ମାଝିଗୁଡା ଗାଁରୁ ବେଲକଣା ଗାଁକୁ ଯାଉଥିଲା । କିନ୍ତୁ ଅଧାରାସ୍ତାରେ ମାତ୍ରାଧିକ ଲୋଡ଼ ଯୋଗୁଁ ଟ୍ରାକ୍ଟରଟି ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ଲାଗି ଘଟଣାସ୍ଥଳରେ ଡ୍ରାଇଭର ଶଶିରାଓ ମିଣିଆକାଙ୍କର ମୃତ୍ୟୁ ହୋଇଥିବା ବେଳେ ମହିଳା ଶ୍ରମିକ ସୁବର୍ଣା କରଡିଆ ଗୁରୁତର ହୋଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ଅନ୍ୟ ଦୁଇ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିବାବେଳେ ଆଉ ଜଣେ ଶ୍ରମିକ କୁନେଇ କରଡିଆ ଗୁରୁତ୍ତର ଅବସ୍ଥାରେ ରହଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ଓଡ଼ିଶା ସମାଚାର