ନିରାକାରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଜଙ୍କିଆ ସେବା କେନ୍ଦ୍ର ଆନୁକୂଲ୍ୟରେ ଏକ ଇଶ୍ୱରୀୟ ସେହ୍ନମିଳନ କାର୍ଯ୍ୟକ୍ରମ ବ୍ରହ୍ମକୁମାରୀ ପ୍ରଭାସିନୀ ବଉଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମାଉଂଟଆବୁସ୍ଥିତ ଶାନ୍ତିବନ ନିବାସ ବ୍ରହ୍ମକୁମାର ଭଗବାନ ଭାଇ,ପାଣ୍ଡବବନ ନିବାସ ବିକେ ସୁରେନ୍ଦ୍ର ଭାଇ, ଭୂବନେଶ୍ୱର ସବଜୋନ ମୁଖ୍ୟ ସଂଚାଳିକା ବିକେ ଲିନା ଭଉଣୀ, ବିକେ ପ୍ରକାଶ ଭାଇ, ବିକେ ଉମା ଭଉଣୀ , ଅତିଥି ଭାବେ ଯୋଗଦେଇଥିଲେ । ବ୍ୟର୍ଥ ସଂକଳ୍ପରୁ ମୁକ୍ତ ହୋଇ ସମର୍ଥ ସଂକଳ୍ପ ରଚନା କରିବା ଯାହାର ଆଧାରରେ ସଂସାର ସୁଖମୟ ଶାନ୍ତିମୟ ହୋଇପାରିବ । ଭାଇ ଭଉଣୀ ମାନେ ଠିକ୍ ସମୟରେ ପରମଆତ୍ମାଙ୍କୁ ଯୋଗ ମାଧ୍ୟମରେ ସଂଯୋଗ କରି ନିଜର ପୁରୁଷାର୍ଥ କରିବା ଦରକାର । ଯାହାର ଆଧାରରେ ସତ୍ୟଯୁଗ ଦୁନିଆ ଖୁବ୍ ଶିଘ୍ର ଧରାପୁଷ୍ଟରେ ଫେରିଆସିବ ବୋଲି ଅତିଥି ମାନେ ମତଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକେ ରଙ୍କ ଭଇ, ଅଭିମନୁ୍ୟ ଭାଇ,ସୁନେଲି ଭାଇ,କୈଳାସ ଭାଇ,ଉମେଶ ଭାଇ କୃଷ୍ଣ ଭାଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୋଭିଡି ନିୟମକୁ ପାଳନ କରି କାର୍ଯ୍ୟକ୍ରମ କରାଯାଇଥିଲା । ବିକେ ପ୍ରକାଶ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର