ନିରାକାରପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)- ଜିଲ୍ଲା ଶିଳ୍ପକେନ୍ଦ୍ର ଭୂବନେଶ୍ୱର ଏବଂ ଓଡିଶା ସରକାରଙ୍କ ଅଣୁକ୍ଷିଦ୍ର ମାଧ୍ୟମ ଶିଳ୍ପଦ୍ୟୋଗ ବିଭାଗ ସହାୟତାରେ ଆୟୋଜିତ ୧୨ଦିନିଆ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ଶିବିର ଖୋର୍ଦ୍ଧା ଶିଳ୍ପ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଖୋର୍ଦ୍ଧା ଶିଳ୍ପ ବିକାଶ ଅଧିକାରୀ ସୁଶାନ୍ତ ଚନ୍ଦ୍ର ବଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓରମାସର ଡେପୁଟି ସିଇଓ ଗୁଣ୍ଡିଚା ବେହେରା,ଆରସେଟ୍ ର ଉପ ପରୀକ୍ଷା ନିୟନ୍ତ୍ରକ ସୁର୍ଯ୍ୟପ୍ରସାଦ ମିଶ୍ର, ଉଦ୍ୟେଗ ପତି ଜଗନ୍ନାଥ ମହାରଣା,ଦୁଲ୍ଲଣା କ୍ଲବ ସଭାପତି ଦାସରଥି ଶ୍ରୀଚନ୍ଦନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମୁଦାୟ ୩୦ଜଣ ଯୁବ ଉଦ୍ୟେଗୀ ପ୍ରଶିକ୍ଷଣରେ ଯୋଗଦେଇଛନ୍ତି । ପ୍ରଶିକ୍ଷଣ ମାନବ ଜୀବନର ମୂଳଧୂଆ ପରିବର୍ତନ କରିଦିଏ । ସମସ୍ତ ତଥ୍ୟକୁ ଭଲଭାବରେ ବୁଝି ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରି ଜଣେଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ଶ୍ରୀଯୁକ୍ତ ବେହେରା ମତଦେଇଥିଲେ । ଯୁବବନ୍ଧୁ ମାନେ ଉଦ୍ୟୋଗ ବିକାଶ ପ୍ରଶିକ୍ଷଣ ନେଇ ଉଦ୍ୟୋଗ ପ୍ରତିଷ୍ଠା କରିପାରିଲେ ସ୍ୱାବଲମ୍ବୀ ଦେବା ସହ ଜଣେଜଣେ ସମାଜର ଆଦର୍ଶ ମଣିଷ ହୋଇପାରିବେ । ଆଜିର ଅର୍ଥ ସର୍ବସ୍ୱ ସମାଜରେ ଯୁବପିଢୀ ମାନେ ଚାକିରୀ ପଛରେ ପାଗଳ ପରି ଗୋଡାଉଛନ୍ତି । କିନ୍ତୁ ନିଜେ ପରିଶ୍ରମ କରି କିଛି କରିବାକୁ ଚାହୁଁନାହାନ୍ତି । ପ୍ରଶିକ୍ଷଣ ପାଇବାପରେ ସମସ୍ତେ ଉଦ୍ୟୋଗ ପ୍ରତିଷ୍ଠା କରି ନିଜେ ସ୍ୱାବଲମ୍ବୀ ହୋଇ ପାରିବ ବୋଲି ଶିଳ୍ପବିକାଶ ଅଧିକାରୀ ଶ୍ରୀଯୁକ୍ତ ବଡୁ ମତରଖିଥିଲେ । ପରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ୧୨ଦିନର ସିଲାବସ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର