Tuesday , March 21 2023
Breaking News
Home / ତାଜା ଖବର / ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓଲଟି ୨ ଗୁରୁତର ଆହତ

ଆମପାଣି ଘାଟି ରେ ଯାତ୍ରୀବାହୀ ବସ ଓଲଟି ୨ ଗୁରୁତର ଆହତ

କଲାହାଣ୍ଡି,୧୩/୦୧/୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । କଳାହାଣ୍ଡି – ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଦୁର୍ଘଟଣା ଘଟିଛି । ଆଜି ଭୋର ପାହାନ୍ତିଆ ସମୟରେ ଭୁବନେଶ୍ୱର ରୁ ମାଲକାନଗିରି ଅଭିମୁଖେ ଯାଉଥିବା ଓଡି ୦୨ ଏସ ୫୦୯୭ ଦିଲଖୁସ ନାମକ ଯାତ୍ରୀବାହୀ ବସ କଳାହାଣ୍ଡି ଜିଲ୍ଲା କୋକଶରା ବ୍ଳକ ଆମପାଣି ଘାଟି ପ୍ରଥମ ବୁଲାଣି ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ରେ ବସ ର ହେଲ୍ପର ସୂର୍ୟ୍ୟ ବାରିକ ଓ ଜଣେ ଯାତ୍ରୀ ସୁଦୀପ ମହାନ୍ତି ଆହତ ହୋଇଛନ୍ତି । ଆମପାଣି ପୋଲିସ ଦୁଇ ଗୁରୁତର ଆହତଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତି କରାଇଛନ୍ତି । ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଓଡିଶା ସମାଚାର

Leave a Reply

Your email address will not be published.