ଗରଦପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ଅଂଚଳରେ ସୁ ପରିଚିତ ବିଜେପି ଦଳ ର ନେତା ଅମିୟ କୁମାର ପରିଜାଙ୍କ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଥିଲା । ନଡ଼ିଆବରେଇସ୍ଥିତ ତାଙ୍କ ବାସ ଗୃହରେ ଆଜି ଅନ୍ନପୂର୍ଣ୍ଣାଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଉତ୍ସବରେ ବିଶିଷ୍ଟ ସମାଜ ସେବୀ ତଥା ପ୍ରଧ୍ୟାପକ ଅଜୟ କୁମାର ରାଉତ ,ବିଜେପି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର , ବିଜେଡ଼ି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ଅଗ୍ରୱାଲା, ବିଧାୟକ ଅତନୁ ସବ୍ୟସାଚୀ ନାୟକ,ତହସିଲଦାର ଧରଣୀଧର ବେହେରା,ବିଡ଼ିଓ ରଂଜିତ କୁମାର ମଲିକ,ସାମ୍ବାଦିକ ନବଘନ ନାୟକ,ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା,ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା,ପୂର୍ବତନ ଜିଲାପରିଷଦ ସଦସ୍ୟ ସନ୍ତୋଷ ମାହାଳୀ,ସରପଂଚ ଦିପିକା ପ୍ରିୟ ଦର୍ଶିନୀ, ପୂର୍ବତନ ସରପଂଚ ବିଭୁ ପ୍ରସାଦ ପରିଡ଼ା,ସମାଜସେବୀ ଶୈଳେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଅନ୍ନପୂର୍ଣ୍ଣାଦେବୀଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ନପୂର୍ଣ୍ଣାଙ୍କ ପୁଅ ଅମିୟ ଙ୍କ ସମେତ ଶ୍ରୀକାନ୍ତ, ଦେବ , ଭଂଜ , ପରିବାର ଓ ଶୁଭେଛୁମାନେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର