ନିରାକାରପୁର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୦୫ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ଉତ୍ସବ ପୁର୍ଣ୍ଣମାସି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବହୁଦିନ ପରେ ଏହି ଭଳି ଏକ ବନ୍ଧୁ ମିଳନ ଉତ୍ସବ ଆୟୋଜନ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ନିଜନିଜ ମଧ୍ୟରେ ଖୁସି ବ୍ୟକ୍ତ କରିଥିଲେ । ବନ୍ଧୁ ମାନଙ୍କ ମଧ୍ୟରେ ପାରିବାରିକ ସଂପର୍କର କିଛି ସମୟ ପାଇଁ ଆଲୋଚନା କରାଯାଇଥିଲା । ଦୀର୍ଘ ଦିନପରେ ବନ୍ଧୁବନ୍ଧୁ ମାନେ ଏକତ୍ରିତ ହୋଇ ପ୍ରତି ବର୍ଷ କିଛି ସାମାଜିକ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା । ଆଗାମି ଦିନରେ ସମାଜରେ ଅବହେଳିତ ନିଷ୍ପେସିତ ଲୋକମାନଙ୍କ କାର୍ଯ୍ୟ କରିବା ସହିତ ଗ୍ରାମରେ ଥିବା ଗରିବ ନିହିହ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରାଯିବା ପାଇଁ ସ୍ଥିରକରାଯାଇଥିଲା । ପରେ ସମସ୍ତ ବନ୍ଧୁ ମାନେ ପ୍ରିତି ଭୋଜନ କରିଥିଲେ । ଓଡ଼ିଶା ସମାଚାର