ଭୁବନେଶ୍ୱର, ୧୨/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନେଶ୍ୱର ସ୍ଥିତ ୪ଟି ସ୍ଥାନରେ ମଙ୍ଗଳବାର ୟୁଥ ଫର ସେବା ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାନୁୟାରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ସମଗ୍ର ଭାରତରେ ପାଳନ କରାଯାଉଛି ।
ଏହି ଦିନ ୟୁଥ ଫର ସେବା ସଂଗଠନ ମଧ୍ୟ ନିଜର ୧୦ ବର୍ଷ ପୂର୍ତି ପାଳନ କରିଛି । ଉକ୍ତ ସଂଗଠନ ପକ୍ଷରୁ ଭୁବନେଶ୍ୱର ସମେତ ଓଡ଼ିଶାର ୩୦ଟି ଯାକ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଯୋଗଦେଇ କହିଥିଲେ ଯେ, ଆଜିର ଯୁବପିଢ଼ିଙ୍କ ନିକଟରେ ସେବା ମନବୃତି ଜାଗ୍ରତ କରିବା ପାଇଁ ୟୁଥ ଫର ସେବା ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଗୁଡିକ ଅତ୍ୟନ୍ତ ପ୍ରଶଂସନୀୟ । ଆଜିର ଦିନରେ ଯୁବପିଢ଼ି ସ୍ୱାମୀ ବିବେକାନନ୍ଦଙ୍କ ବାର୍ତାକୁ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟବ୍ୟାପୀ ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟୁଥ ଫର ସେବାର ସ୍ୱେଚ୍ଛାସେବୀମାନେ ସଫେଇ କାର୍ଯ୍ୟ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ କିଟ ଯଥା ବ୍ୟାଗ, ଖାତା, ପେନ, ପେନସିଲ, ସ୍କେଚ ପେନ, ପାଣି ବୋତଲ ଇତ୍ୟାଦି ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର
Home / Uncategorized / ୟୁଥ୍ ଫର ସେବା ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ – “ଯୁବଗୋଷ୍ଠୀଙ୍କ ମଧ୍ୟରେ ସେବା ମନବୃତି ରହୁ”